7-Month Fishing Ban Imposed to Protect Olive Ridley TurtlesFile Pic
ସମୁଦ୍ରରେ ମାଛ ଧରିବା ଉପରେ ଲାଗିଲା କଟକଣା । ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ୭ ମାସ ସରକାରୀ କଟକଣା ଜାରି ହୋଇଛି ।
 
ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଆଗମନକୁ ଦୃଷ୍ଟିରେ ରଖି ନଭେମ୍ବର ୧ ତାରିଖରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ନଦୀ ମୁହାଣ ଓ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର ।
 
ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ କୌଣସି ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ମାଛ ଧରି ପାରିବେ ନାହିଁ । ଆଇନ ଉଲଙ୍ଘନ କଲେ ଜେଲ୍ ଓ ଜରିମାନା ଦେବାକୁ ପଡିବ । ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମଧ୍ୟ ମାଛଧରା ନିଷେଧ କରାଯାଇଛି ।
 
କହିରଖୁଛୁ ଯେ, ଗତବର୍ଷ ୨୦୨୪-୨୫ରେ ପ୍ରାୟ ୯ ଲକ୍ଷ କଇଁଛ ଅଣ୍ଡାଦାନ କରିଥିଲେ । ଏଥର ମଧ୍ୟ ପାଗ ଅନୁକୂଳ ରହିଲେ ଋଷିକୁଲ୍ୟା ମୁହାଣ ନିକଟରେ ଲକ୍ଷାଧିକ କଇଁଛଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି ।

By Nirvay

Leave a Reply

Your email address will not be published. Required fields are marked *