ମହାନଦୀ ଅବବାହିକାରେ ୭ଟି ବ୍ୟାରେଜ ନିର୍ମାଣ ହେବ । ଏ ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାୟକ । ସେ କହିଛନ୍ତି ମହାନଦୀ ଅବବାହିକାରେ ୭ଟି ବ୍ୟାରେଜ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ପାଣି ଆସିବା ନେଇ ଛତିଶଗଡ଼଼ ସହ ଆଲୋଚନା ହୋଇଛି। ଉଦୟପୁରରେ ହୋଇଥିବା ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ, ଛତିଶଗଡର ଜଳ ସମ୍ପଦ ମନ୍ତ୍ରୀ ଓ କମିଶନର ଉପସ୍ଥିତ ଥିଲେ । ଦୁଇ ପକ୍ଷଙ୍କ ମଧ୍ୟରେ ମହାନଦୀ ପ୍ରସଙ୍ଗରେ ସକରାତ୍ମକ ଆଲୋଚନା ହୋଇଛି । ଆଗାମୀ ସମୟରେ ମହାନଦୀ ସ୍ଥିତିର ସୁଧାର ଆସିବ । ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ପୁରୀ ଜିଲ୍ଲା ଦେଇ ପ୍ରବାହିତ ଦୟାନଦୀର ସ୍ଥିତି ମଧ୍ୟ ସଙ୍ଗୀନ । ତେଣୁ ଏହି ନଦୀରେ ଜଳ ପ୍ରବାହ ନେଇ ମଧ୍ୟ ପଦକ୍ଷେପ ନିଆଯିବ । Post navigation ରାଜ୍ୟରେ ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ ରିମାଣ୍ଡରେ ଯିବ ବିଜେଡି ନେତା ରାଜା ଚକ୍ର; ଇଉଡବ୍ଲ୍ୟୁର କଲା ଆବେଦନ