କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଉଚ୍ଚ ସ୍ତରୀୟ କମିଟି ନିକଟରେ ଆଜି ହାଜର ହୋଇଛନ୍ତି ବିଶ୍ୱବିଦ୍ୟାଳୟର ୬ ଜଣ ଅଧିକାରୀ । ଭୁବନେଶ୍ୱର ରାଜ୍ୟ ଅତିଥି ଭବନରେ ୬ ଜଣଙ୍କୁ ପର୍ଯ୍ୟାୟକ୍ରମେ ହେବ ଜେରା କରାଯାଉଥିବା ସୂଚନା। ଚିଫ୍ ପ୍ରୋକ୍ଟର୍ ପି କେ ପଟ୍ଟାନାୟକ, ସିନିୟର ହଷ୍ଟେଲ୍ ସୁପରିଣ୍ଟେଣ୍ଡେଣ୍ଟ୍ ସଂହିତା ମିଶ୍ର, ସହକାରୀ ନିର୍ଦ୍ଦେଶକ ସ୍ମରିକା ପତି, ଆଭ୍ୟନ୍ତରୀଣ କମିଟି ମୁଖ୍ୟ ଇପସିତା ଶତପଥୀ, ଆଡମିନିଷ୍ଟ୍ରେଟିଭ୍ ଅଫିସର ସିଦ୍ଧାର୍ଥ ରାୟ ଏବଂ ମାମଲାରେ ଜଡ଼ିତ ଥିବା ଅନ୍ୟ ଜଣେ କର୍ମଚାରୀ ଜେରା କରାଯାଉଛି। ଗତ ୨୧ ତାରିଖରେ ନେପାଳୀ ଛାତ୍ରଛାତ୍ରୀଙ୍କ ମାଡ଼ ମରାଯିବା ମାମଲାରେ କିଟ୍ କର୍ତ୍ତୃପକ୍ଷ ଡାକ୍ତର ଅଚ୍ୟୁତ ସାମନ୍ତଙ୍କ ସମେତ ପ୍ରାୟ ୮ ଜଣଙ୍କୁ ଜେରା କରାଯାଇଥିଲା । ଏହା ପରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପୁନର୍ବାର ୬ ଜଣଙ୍କୁ ନୋଟିସ୍ ଜାରି କରାଯାଇଥିଲା । ଆଜି ସମସ୍ତ ଅଧିକାରୀ ହାଜର ହେବା ପରେ ଉଚ୍ଚ ସ୍ତରୀୟ କମିଟି ଜେରା ଆରମ୍ଭ କରିଛି । Post navigation ଲିଙ୍ଗରାଜ ମନ୍ଦିରରେ ଅଘଟଣ; ଆହତ ସେବାୟତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାତ୍ରା କଳାକାର ବାପି ପଣ୍ଡାଙ୍କ ୨ ଭାଇଙ୍କୁ ମରଣାନ୍ତକ ଆକ୍ରମଣ