ଶିକ୍ଷାକୁ ଗୁରୁତ୍ବ ଦେଇ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରିଥିଲେ | ଗତ ସରକାର ୫-ଟି ମାଧ୍ୟମରେ ସ୍କୁଲଗୁଡ଼ି କୁ ରୂପାନ୍ତରୀକରଣ କରି ସ୍ମାର୍ଟସ୍କୁଲ କରିଇଥିଲେ। ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ଝାମୀ ଫଚାୟତର ଝାମୀ ଗ୍ରାମର ଉଚ୍ଚ ବିଦ୍ୟାଳୟ ସେ ମଧ୍ୟରେ ଅନ୍ୟତମ। କିନ୍ତୁ ରୂପାନ୍ତିକରଣ ପରେ ବି ଅବସ୍ଥା ଜେସାକୁ ତେସା, ପାଣି ଅଭାବରୁ ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀ ଙ୍କୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ଗତ ୨୦୨୪ ଜାନୁଆରୀ ରେ ସ୍କୁଲ ରୂପାନ୍ତିକରଣ କାର୍ଯ୍ୟ ହୋଉଥିଲା କିନ୍ତୁ ପାଇଖାନା, ପରିସ୍ରାଗାର ଥିବା ସତ୍ୱେ ପାଣି ର ସୁବିଧା କରିବାକୁ ବୋଧେ ପ୍ରଶାସନ ଭୁଲି ଯାଇଛି | ପ୍ରାୟ ୫୧ ଟଙ୍କା ବ୍ୟୟ ରେ ବିଦ୍ୟାଳୟ ର ରୂପାନ୍ତିକରଣ ହୋଇଥିଲା କିନ୍ତୁ ଶୌଚାଳୟ ପାଇଁ ପାଣି ର ସୁବିଧା ନାହିଁ | କାମ କରିଥିବା ବିଡିଓ ଙ୍କ ବଦଳି ହେଇଯାଇଥିବା ବେଳେ ଦାୟିତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ଅବସର ନେଇସାରିଲେଣି | ଗତ ବର୍ଷ ପ୍ରାୟ ୨୦୦ ପିଲା ଏହି ସ୍କୁଲ ରେ ପାଠ ପଢୁଥିଲେ କିନ୍ତୁ ଏବେ ତାହା ୧୧୫ କୁ ଆସିଯାଇଛି | ୧୮ ଟି ଶ୍ରେଣୀଗୃହ ଆବଶ୍ୟକ ଥିବା ବେଳେ ମାତ୍ର ୬ଟି ଶ୍ରେଣୀଗୃହ ରେ କାମଚଳା ଭାବେ ପାଠ ପଢା ଚାଲିଛି, ବିଜ୍ଞାନଗାର ଶ୍ରେଣୀଗୃହ ଭାବେ ବ୍ୟବହାର ହଉଛି | ଏ ନେଇ ନିର୍ଭୟ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଏହି ଅନିୟମିତତା ସମ୍ପର୍କ ରେ ପ୍ରଶ୍ନ କରିବାରୁ ସେ ଏ ବିଷୟରେ ଅବଗତ ନାହାନ୍ତି ବୋଲି କହିଛନ୍ତି | Post navigation ଆଇ.ଏ.ଏସ(IAS) ସ୍ତର ରେ ବଡ଼ ଧରଣ ର ଅଦଳବଦଳ ହ୍ୟୁଷ୍ଟନ ରେ ଇସ୍କନ ର ଅଦିନିଆ ରଥଯାତ୍ରା : ତିଥି ବ୍ୟତିରକେ ଗଡ଼ିଲା ରଥ