ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗ୍ରହଣ ଚାଲିଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ଭୋଟିଂ ହୋଇଛି। ଦେବଗଡ଼ରେ ସର୍ବାଧିକ ୬୭ ପ୍ରତିଶତ ମତଦାନ ହୋଇଛି। ଅନୁଗୁଳରେ ୬୫.୧୯, କଟକରେ ୫୩.୧୪, ଢେଙ୍କାନାଳରେ ୫୮.୬୯, ପୁରୀରେ ୬୧.୯୬, ନୟାଗଡ଼ରେ ୬୧.୦୮, ସମ୍ବଲପୁରରେ ୬୫.୬୧ , କେନ୍ଦୁଝର ୬୨.୫୯, ମୟୂରଭଂଜ ୬୧.୩୮, ପ୍ରତିଶତ ମତଦାନ ହୋଇଛି। ସମ୍ବଲପୁର ଲୋକସଭା କ୍ଷେତ୍ରରେ ୬୫.୬୧ ପ୍ରତିଶତ ମତଦାନ ହୋଇଛି। ଏହି ଲେକସଭା ନିର୍ବାଚନ ମଣ୍ଡଳୀ ଅଧୀନ ଆଠମଲ୍ଲିକରେ ୬୬.୨୦, ଛେଣ୍ଡିପଦାରେ ୬୫.୫୦, ଦେବଗଡ଼ରେ ୬୭.୦୦, କୁଚିଣ୍ଡାରେ ୭୨.୫୫, ସମ୍ବଲପୁରରେ ୫୪.୪୦, ରେଙ୍ଗାଲିରେ ୬୯.୧୧ ଓ ରେଢାଖୋଲରେ ୬୬.୦୦ ପ୍ରତିଶତ ମତଦାନ ହୋଇଛି। ଭୁବନେଶ୍ବର ଲୋକସଭା ଅଧୀନ ଖୋର୍ଦ୍ଧାରେ ୫୮.୧୨, ଜୟଦେବରେ ୬୪.୮୦, ଜଟଣୀରେ ୫୨.୪୦, ଏକାମ୍ରରେ ୪୯.୫୦, ଚିଲିକାରେ ୬୦.୧୨, ଭୁବନେଶ୍ବର ଉତ୍ତରରେ ୪୫.୪୫.୦୦, ଭୁବନେଶ୍ବର ମଧ୍ୟରେ ୪୪.୧୨, ବେଗୁନିଆରେ ୬୫.୭୦ ପ୍ରତିଶତ ମତଦାନ ହୋଇଛି। ରାଜ୍ୟର ତୃତୀୟ ପର୍ଯ୍ୟାୟରେ ଆଜି ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା କ୍ଷେତ୍ର ଓ ଏହାର ଅଧିନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଛି। Post navigation ଆଜି ଦିନ ୩ ସୁଦ୍ଧା ରାଜ୍ୟରେ ହୋଇଛି ୪୮.୪୪ ପ୍ରତିଶତ ମତଦାନ ନିର୍ବାଚନ ବେଳେ ଉତ୍ତେଜନା, ଧାରଣାରେ ବସିଲେ ବିଧାୟକ