ରାଜ୍ୟରେ ୩୦ଟି ଜିଲ୍ଲାରେ ଖୋଲିବ ମେଡ଼ିକାଲ । ଆଜି ବିଧାନସଭାରେ ଏହି ସୂଚନା ଦେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ମେଡିକାଲ କଲେଜ ଖୋଲିବା ଜରୁରୀ ଏବଂ ଏହା ନିର୍ବାଚନୀ ସଂକଳ୍ପ ପତ୍ରରେ କହିଥିଲୁ । ଏଥିପାଇଁ ପ୍ରତିଶ୍ରୁତି ବଦ୍ଧ । ରିକ୍ରୁଟମେଣ୍ଟ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଦୁଇଟି ସଂଶୋଧନ କରାଯାଇଛି । ଖୁବ ଶୀଘ୍ର ୫ ହଜାର ଡାକ୍ତର ଓ ୩ ହଜାର ପାରା ମେଡିକାଲ ଷ୍ଟାଫ୍ ନିଯୁକ୍ତି ପାଇଁ ରାଜ୍ୟ ସରକାର ବିଜ୍ଞାପନ ପ୍ରକାଶ କରିବେ । ସେ ଆଉ ମଧ୍ୟ କହିଛନ୍ତି ୩୦ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବ । ୨୦୧୪ ମସିହା ପରେ ଯେତେ ସବୁ ୧୦୦ଟି ବେଡ୍ ବିଶିଷ୍ଟ ମେଡିକାଲ କଲେଜ ଖୋଲିଛି, ସେଥିପାଇଁ ୨୫୦ରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଭଦ୍ରକ ଜିଲ୍ଲାରେ ଖୁବ ଶୀଘ୍ର ମେଡିକାଲ କଲେଜ ଖୋଲିବ ବୋଲି ଗୃହରେ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଅନ୍ୟପକ୍ଷରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମେଡିକାଲରେ ଠିକା ଚୟନ ଦୁର୍ନୀତି ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ଆକାଶ ଦାସ ନାୟକ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । Post navigation ରାଜ୍ୟସଭା ଉପନିର୍ବାଚନ ପାଇଁ ସୁଜିତ୍ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ସୁଜିତ କୁମାର