5 Juveniles Detained in Balangir Class 9 Girl Gang-Rape case
ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସାମ୍ନାକୁ ଆସିଛି ସାଂଘାତିକ ସତ । ଏହି ଘଟଣାରେ ୫ ଜଣ ନାବାଳକଙ୍କ ସମେତ ଜଣେ ସାବାଳକକୁ ଗିରଫ କରିଛି ତୁରେକେଲା ପୋଲିସ ।
 
ଗତ ଡିସେମ୍ବର ୨୫ ତାରିଖରେ ଘଟିଥିଲା ଏ ଗଣଦୁଷ୍କର୍ମ । ପୁରା ଘଟଣାର ମାଷ୍ଟରମାଇଣ୍ଡ ହେଉଛି ଜଣେ ୨୨ ବର୍ଷୀୟ ସାବାଳକ । ଗଣଦୁଷ୍କର୍ମ ପରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯାହା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
 
ପୀଡିତାଙ୍କ ସମ୍ପର୍କୀୟ ବଲାଙ୍ଗିର ଏସପିଙ୍କୁ ଫେରାଦ କରିଥିଲେ । ଏସପିଙ୍କ ନିର୍ଦ୍ଦେଶରେ ପାଞ୍ଚ ଜଣ ନାବାଳକ ସହ ଜଣେ ସାବାଳକ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ସାବାଳକ ଯୁବକ ହେଉଛନ୍ତି ଏହି ଘଟଣାର ମାଷ୍ଟରମାଇଣ୍ଡ ।
 
ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ଏହି ଘଟଣାର ଅନୁଧ୍ୟାନ କରୁଛନ୍ତି । ଏହି ଘଟଣା ପରେ ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇଛି । ଏହି ଘଟଣାରେ ଦୋଷୀମାନଙ୍କୁ ଅଟକ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

By Nirvay

Leave a Reply

Your email address will not be published. Required fields are marked *