ବହୁ ଚର୍ଚ୍ଚିତ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ଏବେ କୋର୍ଟରେ ପହଞ୍ଚିଛି । ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ମାମଲା ଲଢ଼ିବେ ୪୪ ଓକିଲ । ଏନେଇ ୱକାଲାତନାମା ଦାଖଲ କରିଛନ୍ତି । ବିକ୍ରମଙ୍କ ସହ ଗିରଫ ତାଙ୍କ ସହଯୋଗୀ କର୍ପୋରେଟର ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପାଇଁ ବି ୪୪ ଓକିଲ ମାମଲା ଲଢ଼ିବେ ବୋଲି ଜଣାପଡିଛି। ଏମାନଙ୍କ ଜାମିନ୍ ଆବେଦନ କରାଯିବ । ଅନ୍ୟପଟେ ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନାଙ୍କୁ ପୋଲିସ ଛାଡିଛି । ଗତକାଲି ବିଳମ୍ବିତ ରାତିରେ ତିନି ଘଣ୍ଟା ପଚରା ଉଚୁରା ପରେ ଛାଡିଥିବା ଜଣା ପଡିଛି । ଗତକାଲି ବୈଦ୍ୟନାଥପୁର ଥାନାରେ ଆତ୍ମ ସମର୍ପଣ କରିଥିଲେ ସୁଦର୍ଶନ । ସେ ପୋଲିସକୁ ତଦନ୍ତରେ ସହଯୋଗ କରୁଥିବା ଜଣା ପଡିଛି । ଏହା ସହ ଅନ୍ୟ ଏକ ତାରିଖରେ ହାଜର ହେବା ପାଇଁ ତାଙ୍କୁ ନୋଟିସ ଦିଆଯାଇଛି । ସେପଟେ ଜେଲ ଭିତରେ ଅନ୍ୟ ଗୋଷ୍ଠୀଙ୍କ ଦ୍ୱାରା ବିପଦ ଆଶଙ୍କା କରି ଅଭିଯୁକ୍ତ ତଥା ପୂର୍ବତନ ମେୟର ଶିବଶଙ୍କର ଦାଶଙ୍କୁ ବ୍ରହ୍ମପୁରରୁ ଫୁଲବାଣୀ ଜିଲ୍ଲା କାରାଗାରକୁ ପଠାଇ ଦିଆଯିବ । ଏ ନେଇ ଜେଲ ଅଧିକାରୀଙ୍କ ପକ୍ଷରୁ sdjm କୋର୍ଟରେ ପିଟିସନ ଦାଖଲ କରାଯାଇଛି । ସୂଚନା ଯୋଗ୍ୟ; ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା ରାତିରେ ପୀତବାସ ପଣ୍ଡାଙ୍କୁ ତାଙ୍କ ବାସଭବନ ନିକଟରେ ହିଁ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି କରିଥିଲେ । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ପଏଣ୍ଟ ବ୍ଲାଙ୍କରୁ ଛାତିକୁ ଗୁଳି କରିଥିଲେ । ଫଳରେ ପୀତବାସଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ସୁନୀଲ ହୋତାଙ୍କୁ ମିଶାଇ ଗିରଫଦାରୀ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ତଥାପି ଏବେ ମଧ୍ୟ ଦୁଇ ମୁଖ୍ୟ ଅଭିଯୁକ୍ତ କୁରୁପତି ଭୂୟାଁ ଉମା ବିଷୋୟୀ ଘଟଣା ପରଠୁ ଫେରାର ଅଛନ୍ତି । ମାମଲାରେ ପୂର୍ବରୁ ପୋଲିସ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ପୂର୍ବତନ ମେୟର ଶିବଶଙ୍କର ଦାସ, କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳେଇ ସମେତ ୧୨ ଜଣଙ୍କୁ ଗିରଫ କରିଥିଲା । Post navigation Low Pressure Rain: ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର cyclone: ଲଘୁଚାପ ପରେ ବଢିଲା ବାତ୍ୟା ଭୟ