ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ରାଜ୍ଯର ୪୩ଜଣ ବିଡିଓଙ୍କ ବଦଳି କରାଯାଇଛି । ଏନେଇ ଗୁରୁବାର ପଞ୍ଚାୟତରାଜ ଓ ପାନୀୟ ଜଳ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ସେମାନେ ହେଲେ :- ଚନ୍ଦ୍ରମଣି ନାଗଙ୍କୁ ରାଜଭୋରାସମ୍ବର, ବରଗଡରୁ ଟିଟିଲାଗଡ,ବଲାଙ୍ଗିରକୁ ବିଡ଼ିଓ ଭାବେ ବଦଳି କରାଯାଇଛି । ସେହିପରି ସୁଶାନ୍ତ କୁମାର ରଣାଙ୍କୁ ଟିଟିଲାଗଡରୁ ଭୋଡେନକୁ,  ପ୍ରିୟରଞ୍ଜନ କୁମାରଙ୍କୁ ଭୋଡେନରୁ ଦେଓଗାଁ, ରାହୁଲ ମଣ୍ଡଳଙ୍କୁ ଢେଙ୍କାନାଳ ସଦର, ଆୟୁଷ ମହାପାତ୍ରଙ୍କୁ ଭୁବନ, କଲ୍ୟାନ ସୌରଭ ଦାଶଙ୍କୁ ହିନ୍ଦୋଳ, ସୁମନ ସୁଧା କୁଣ୍ଡୁଙ୍କୁ ଗୁମ୍ମା, ଆକାଶ କୁମାର ପଣ୍ଡାଙ୍କୁ ଆଠଗଡ, ସନ୍ତୋଷ କୁମାର ଜେନାଙ୍କୁ ମାହାଙ୍ଗା, ଧନାଇ ଚରଣ ଟୁଡୁ କୁସୁମି, ଶ୍ୟମନିଧି ଭୋୟୀଙ୍କୁ କୁସୁମୀ, ସ୍ୱଦୀପ କୁମାର ଟୋପୋଙ୍କୁ ସୁବ୍‌ଦେଗା, ସାଗର ଚନ୍ଦ୍ର ମୁର୍ମୁ ଙ୍କୁ ବିସୋଇ, ରେସ୍ମା ଟେଟେଙ୍କୁ ସୁକିନ୍ଦା, ଅବନିକାନ୍ତ ସାହୁଙ୍କୁ କୋରେଇ, ଅଶୋକ କୁମାର ମାଝୀଙ୍କୁ କୋଲାବିରା, ମାଧବ ଚନ୍ଦ୍ର ବିରୁଆଙ୍କୁ ଯଶିପୁର, ବିରସେନ ବେହେରାଙ୍କୁ ଟାଙ୍ଗରାପଲ୍ଲୀ, ମଳୟ କୁମାର ନାୟକଙ୍କୁ ହରିଚନ୍ଦନପୁର, ରିପୁନାଥ ସୁନାଙ୍କୁ ଅତ୍ତାବିରା, ପୃଥ୍ୱୀରାଜ ପରୀଡାଙ୍କୁ ଗୋପବନ୍ଧୁନଗର ଗୋର୍ଗେ ଡୁଙ୍ଗଡୁଙ୍ଗଙ୍କୁ ଲିଇକେରା, ମନ୍ମଥ ନାଥ ମଲ୍ଲିକଙ୍କୁ ଜଗନ୍ନାଥପ୍ରସାଦ ଅନିଲ କୁମାର କୁଲ୍ଲୁଙ୍କୁ ଧାନ୍‌କୁଡା, ଜୟନ୍ତ ସାହୁଙ୍କୁ କୁଚିଣ୍ଡା, ପ୍ରିତମ କୁମାର ତନ୍ତୀଙ୍କୁ ରେଙ୍ଗାଲି, କୁଷ୍ଣଚନ୍ଦ୍ର ଦଳପତିଙ୍କୁ ମୁନିଗୁଡା, ଅମୃତ କୁମାର ରାଉଲଙ୍କୁ ନୂଆଁଗାଁ, ପ୍ରଦୀପ କୁମାର ସେଠୀଙ୍କୁ ଦାନଗଦି, ଅନନ୍ତ କୁମାର ହାସଂଦାଙ୍କୁ ରାସଗୋବିନ୍ଦପୁର, ସମ୍ବିତ କୁମାର କରଙ୍କୁ ତରବା, ଗୁରେଶ୍ୱର ଭୋଇଙ୍କୁ ଗୁଡ୍‌ଭେଲା, ନିଶାନ ମିଶ୍ରଙ୍କୁ ପାଲଲହଡା, ଦାଶରଥି ଜେନାଙ୍କୁ ଏରସମା, ଅକ୍ଷୟ କୁମାର ମଲ୍ଲିକଙ୍କୁ ବାଲିଗୁଡା, ପ୍ରୀତି ରଞ୍ଜନ ରଥଙ୍କୁ ଦାରିଙ୍ଗବାଡି, ସୌଭାଗ୍ୟ ବେହେରାଙ୍କୁ ପରଜଙ୍ଗା, ସୁଶ୍ରୀ ସାଗରିକା ସଡଙ୍ଗୀଙ୍କୁ ଭାପୁର, ହିମାଞ୍ଚଳ ମାଝୀଙ୍କୁ କୋକ୍‌ସରା, ପୁନମ ରାଉତଙ୍କୁ ବାଲିଆପାଳ, ବିନୋଦ ଚନ୍ଦ୍ର ପଣ୍ଡାଙ୍କୁ ଜଳେଶ୍ୱର, ସମ୍ବୀତ ଶତପଥିଙ୍କୁ କୃଷ୍ଣପ୍ରସାଦ, ତପନ କୁମାର ସେନାପତି ମାଲକାନାଗିରି ବ୍ଲକର ବିଡିଓ ଭାବେ ବଦଳି କରାଯାଇଛି ।

ସେହିପରି ୩ ଜଣ ବ୍ଲକ ଡେଭ୍‌ଲୋମେଣ୍ଟ ଅଧିକାରୀଙ୍କୁ ରେଭିନ୍ୟୁ ଏବଂ ଡିମଏମ୍ ବିଭାଗକୁ ବଦଳି କରାଯାଇଛି। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେମାନେ ହେଲେ ପ୍ରଜ୍ଞାପ୍ରିୟଦର୍ଶନୀଙ୍କୁ ଓଏସ୍‌ଡି ପିଆର୍ ଏବଂ ଡିଡବ୍ଲୁ ବିଭାଗ କୁ ବଦଳି କରାଯାଇଥିବା ବେଳେ ଲମ୍ବୋଧର ଖୁଣ୍ଟିଆଙ୍କୁ ଆର୍ ଏବଂ ଡିଏମ୍ ବିଭାଗ ଓ ବିଶ୍ୱରଞ୍ଜନ ବିଶ୍ୱାସଙ୍କୁ ଆର୍ ଏବଂ ଡିଏମ୍ ବିଭାଗକୁ ବଦଳି କରାଯାଇଛି ।

ଅନ୍ୟପଟେ ଚାରି ଜଣଙ୍କୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ସେମାନେ ହେଲେ ପ୍ରିୟବ୍ରତ ପାଢୀ, ପ୍ରଫୁଲ ସ୍ବାଇଁ ଏବଂ ବବିତାରାଣୀ ଦଳବେହେରା ଏବଂ ରଶ୍ମୀରଂଜନ ସାହୁ। ସେହିପରି ରଶ୍ମିରେଖା ପ୍ରଧାନଙ୍କୁ ବିଏମସି ଡେପୁଟି କମିଶନର ଭାବେ ନିଯୁକ୍ତି ମିଳିଥିବା ବେଳେ ତ୍ରିଲୋଚନ ପାତ୍ରଙ୍କୁ ଅବକାରୀ ବିଭାଗର ଯୁଗ୍ନ ସଚିବ ଭାବେ ନିଯୁକ୍ତି ମିଳିଛି।

Leave a Reply

Your email address will not be published. Required fields are marked *