ବ୍ରହ୍ମପୁର ବଡ଼ବଜାରର ନାବାଳକ ସାଇରାମ ପାତ୍ର (୧୦) ମୁକୁଳା ଡ୍ରେନରେ ପଡ଼ି ନିଖୋଜ ହୋଇଯାଥିଲେ। ଦୀର୍ଘ ୪ ଘଣ୍ଟା ଧରି ସ୍ଥାନୀୟ ଯୁବକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର ହୋଇଛି। ଲକ୍ଷ୍ମୀ ନୃସିଂହ ସାହି ୧୪ ନମ୍ବର ଲେନର ଶେଷ ମୁଣ୍ଡରେ ଥିବା ନାଳରୁ ମୃତଦେହ ଉଦ୍ଧାର ହୋଇଛି। ନାବାଳକ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯେ, ବୁଧବାର ରାତିରେ ସାଇରାମ ଟିଉସନ ସାରି ଘରକୁ ଆସିବା ପରେ ସାଇକେଲ ଧରି ବାହାରକୁ ଯାଇଥିଲେ। ଯିବା ବେଳେ ରାସ୍ତାକଡ଼ ନାଳରେ ଖସି ପଡ଼ିଥିଲେ ।

Leave a Reply

Your email address will not be published. Required fields are marked *