ବ୍ରହ୍ମପୁରରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଯଦିଓ ଘଟଣାଟି ତିନି ଦିନ ତଳେ ଗୋଲନ୍ଥରା ପୋଲିସ ସୀମା ମଧ୍ୟରେ ଘଟିଥିଲା । କିନ୍ତୁ ଏହା ପରିବାର ସଦସ୍ୟମାନେ ଅଭିଯୋଗ କରିବା ପରେ ଏହି ଖବର ସାମ୍ନାକୁ ଆସିଥିଲା । ରିପୋର୍ଟ ଅନୁଯାୟୀ, ଜୁନ୍ ୩ ତାରିଖରେ ଝିଅମାନେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ଏହା ପରେ ରହସ୍ୟମୟ ଭାବରେ ନିଖୋଜ ହୋଇଯାଇଥିଲେ । ୪ ଅଭିଯୁକ୍ତମାନେ ବିଶାଖାପାଟଣା ଫେରାର ହେଉଥିବା ବେଳେ ଆନ୍ଧ୍ରରୁ ସେମାନଙ୍କୁ ଗୋଳନ୍ଥରା ଥାନା ପୁଲିସ ଗିରଫ କରିଛି । ବନ୍ଧୁତା ସ୍ଥାପନ କରି ବିଶ୍ୱାସ ଜନ୍ମାଇ ଏପରି କରିଥିବା ବ୍ରହ୍ମପୁର ଏସପି କହିଛନ୍ତି । Post navigation ପିଏମ୍ ଆବାସ ଯୋଜନାରେ ଘର ପାଇଁ ମିଳିବ ମାଗଣା ବାଲି ଫୁଲବାଣୀ ଠାରେ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ