ବାଲେଶ୍ୱର ରେମୁଣା ଅଞ୍ଚଳରେ ଧର୍ମ ପରିବର୍ତ୍ତନକୁ କେନ୍ଦ୍ର କରି ଆଦିବାସୀ ମହିଳାଙ୍କୁ ମାଡ ମାରିବା ଘଟଣାରେ ନିଆଯାଇଛି କାର୍ଯାନୁଷ୍ଠାନ। ଡିସେମ୍ବର ୨୬ ତାରିଖରେ ବାଲେଶ୍ଵର ଜିଲ୍ଲାର ମୁଖୁରା ପଞ୍ଚାୟତର ଛଣଖଣପୁର ଗ୍ରାମରେ ଆଦିବାସୀ ମହିଳାଙ୍କ ଉପରେ ହୋଇଥିବା ନିର୍ଯ୍ୟାତନାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ବାଦଲ ପଣ୍ଡା ଓ ତାଙ୍କର ସହଯୋଗୀ ପ୍ରିତମ୍ବର୍ ବିଶ୍ଵାଳ, ପ୍ରଶାନ୍ତ କୁମାର ନାୟକ ଓ ଜୟନ୍ତ କୁମାର ନାୟକଙ୍କୁ ପୋଲିସ ଆଜି ଗିରଫ କରିଛି ।

ସୂଚନା ମୁତାବକ; ଡିସେମ୍ବର ୨୬ ତାରିଖରେ ରେମୁଣାର ମୁଖୁରା ପଞ୍ଚାୟତର ଛଣଖଣପୁର ଗ୍ରାମରେ ଥିବା ଗୋବିନ୍ଦ ସିଂଙ୍କ ଘରେ ସେହି ଅଞ୍ଚଳର ବାସିନ୍ଦା ସୁବାସିନୀ ସିଂ, ସୁକାନ୍ତି ସିଂ ଉପସ୍ଥିତ ଥିବା ସମୟରେ ବାଦଲ ପଣ୍ଡା ଓ ତାଙ୍କର କିଛି ସହଯୋଗୀ ଅତର୍କିତ ଭାବେ ଗୋବିନ୍ଦଙ୍କ ଘରେ ପଶିଆସି ଗୋବିନ୍ଦ ତାଙ୍କ ଭଉଣୀ ମୁନି ସିଂ, ବନ୍ଧୁ ସୁବାସିନୀ ସିଂ ଓ ସୁକାନ୍ତି ସିଂଙ୍କୁ  ଘରୁ ଟାଣି ଘୋଷାରି ଆଣି ଗଛରେ ବାନ୍ଧି ଦେଇ ସେମାନଙ୍କ ଲୁଗା ଚିରିଦେବା ସହ ଜୋତାରେ ମାଡ ମାରି ସମ୍ବେଦନଶୀଳ ସ୍ଥାନରେ ଗୋଇଠା ମାରି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ନିର୍ଯ୍ୟାତନା ଦେଇଥିଲେ । ଏହା ପରେ ଘଟଣା ବିଷୟରେ, ରେମୁଣା ଥାନାରେ ଆକ୍ରମଣର ଶିକାର ହୋଇଥିବା ମହିଳାମାନେ ଅଭିଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *