ଦୁଷ୍କର୍ମ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଲେ ମଧ୍ୟ ଦୁଷ୍କର୍ମ ଭଳି ସାଙ୍ଘାତିକ ଅପରାଧ ରୋକିବାର ନାଁ ଧରୁନି । ଗତକାଲି ରାଜଧାନୀରେ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଥିବାର ସୂଚନା ମିଳିଛି ।ଏୟାରଫିଲଡ୍ ଥାନା ପାଞ୍ଚ ଗାଁର ଗୋଠ ସାହିରୁ ଏଭଳି ସଂଗୀନ ଅଭିଯୋଗ ଆସିଥିବାର ସୂଚନା ମିଳିଛି ।

ନାବାଳିକାଙ୍କୁ ପଡିଶା ଘରେ ରହୁଥିବା ସନ୍ତୋଷ ଖୁଣ୍ଟିଆ ଦୁଷ୍କର୍ମ କରିଥିବା ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଛି । ପୀଡିତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ପୀଡିତାଜଣଙ୍କ ଗୁରୁତର ଥିବା ସୂଚନା ମିଳିଛି । ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ ଅଭିଯୁକ୍ତର ଭାଇ ଓ ଭିଣୋଇକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

Leave a Reply

Your email address will not be published. Required fields are marked *