ପାଖେଇ ଆସୁଛି ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ପୁରୀ। ପୁରୀ ରଥଯାତ୍ରା ସମୟରେ ଗଡ଼ିବ ୩୬୫ଟି ସ୍ବତନ୍ତ୍ର ଟ୍ରେନ୍ । ଓଡ଼ିଶାରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଭକ୍ତଙ୍କ ପ୍ରବଳ ଭିଡ଼ ଓ ଶ୍ରଦ୍ଧାଳୁଙ୍କ ଆଗମନକୁ ସୁନିଶ୍ଚିତ କରିବା ପାଇଁ ପୂର୍ବତଟ ରେଲୱେ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଜ୍ୟ ଭିତରେ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ତୀର୍ଥଯାତ୍ରୀ ଏବଂ ପରିଦର୍ଶକ ମାନଙ୍କ ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ  ୩୬୫ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ ବ୍ୟବସ୍ଥା କରାଯାଇଛି।

ଏହି ସ୍ୱତନ୍ତ୍ର ଟ୍ରେନ ସେବାଗୁଡ଼ିକ ରାଜ୍ୟର ବିଭିନ୍ନ ସ୍ଥାନରୁ ଚଳାଚଳ କରାଯିବାକୁ ଯୋଜନା କରାଯାଇଛି  । ସେହିପରି ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗରୁ ମଧ୍ୟ‌ ପୁରୀକୁ ଟ୍ରେନ୍‌ ବି ଗଡ଼ିବ। ଆନ୍ଧ୍ରପ୍ରଦେଶର ପଲାସା, ବିଶାଖାପାଟଣା, ଛତିଶଗଡ଼ର ଜଗଦଲପୁର, ମହାରାଷ୍ଟ୍ରର ଗୋଣ୍ଡିଆ ଓ ପଶ୍ଚିମବଙ୍ଗର କୋଲକାତାରୁ ପୁରୀକୁ ଟ୍ରେନ୍‌ ଚଳାଚଳ କରିବ।

 

Leave a Reply

Your email address will not be published. Required fields are marked *