ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ୩୫ ଫୁଟର ପ୍ରତିମୂର୍ତ୍ତି ଭୁଶୁଡି ପଡିଛି । ତେବେ ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣାରେ ବିବାଦ ତେଜିବାେର ଲାଗିଛି । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ ମାସ ତଳେ ଏହି ପ୍ରତିମୂର୍ତ୍ତି ଉଦଘାଟନ କରିଥିଲେ । ଗତ ୨ରୁ ୩ ଦିନ ହେଲା ସିନ୍ଧୁଦୁର୍ଗରେ ଲଗାଣ ବର୍ଷା ସହ ପବନ ବହୁଛି। ସେଥିପାଇଁ ପ୍ରତିମୂର୍ତ୍ତି ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ତଥାପି ଅଧିକାରୀମାନେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *