ରାଜ୍ୟରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଭୋଟଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଦିନ ୧ ଟା ସୁଦ୍ଧା ୩୫.୩୧ ପ୍ରତିଶତ ହୋଇଛି ମତଦାନ ହୋଇଥିବା ବେଳେ ଝାରସୁଗୁଡ଼଼ାରେ ସର୍ବାଧିକ ୪୦.୮୦ ପ୍ରତିଶତ ଭୋଟିଂ ହୋଇଛି। ସେହିପରି ବରଗଡ଼ରେ ୩୭.୧୯ ପ୍ରତିଶତ, ବଲାଙ୍ଗିର-୩୨.୦୪ ପ୍ରତିଶତ ଭୋଟିଂ, ବୌଦ୍ଧ-୪୦.୬୦ ପ୍ରତିଶତ, ଗଞ୍ଜାମ-୩୩.୯୮ ପ୍ରତିଶତ ଭୋଟିଂ ଝାରସୁଗୁଡ଼଼ା-୪୦.୮୦ ପ୍ରତିଶତ, କନ୍ଧମାଳରେ ୩୨.୫୫ ପ୍ରତିଶତ, ନୟାଗଡ଼-୩୭.୮୭ ପ୍ରତିଶତ, ସୁବର୍ଣ୍ଣପୁର- ୩୫.୦୧ ପ୍ରତିଶତ ଭୋଟିଂ ସୁନ୍ଦରଗଡ଼-୩୬.୩୨ ପ୍ରତିଶତ, ଆସ୍କା-୩୫.୫୦ ପ୍ରତିଶତ ଭୋଟିଂ ହୋଇଛି।

ଦ୍ୱିତୀୟ ପର୍ଯ୍ୟାୟରେ ଆଜି ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଲୋକସଭା କ୍ଷେତ୍ର ଏବଂ ଏହା ଅଧିନରେ ଆସୁଥିବା ୩୫ ବିଧାନସଭା ଆସନ ପାଇଁ ମତଦାନ ହେଉଛି।

Leave a Reply

Your email address will not be published. Required fields are marked *