ସପ୍ତାହବ୍ୟାପୀ ଚାଲିଥିବା ଅଭିଯାନର ସୂଚନା ଦେଇଛି ଅବକାରୀ ବିଭାଗ। ସପ୍ତାହକ ମଧ୍ୟରେ ୩୪୧୪ ଅବକାରୀ ମାମଲା ରୁଜୁ ହୋଇଥିବା ବେଳେ ୧୮୩୬ ଜଣ ଗିରଫ ହୋଇଛନ୍ତି। ୧,୭୩,୫୧୬ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ ହୋଇଛି। ୧୬,୧୫,୨୭୦ କେଜି ପୋଚ ଓ ୧୪୪୩ ମଦ ଭାଟି ନଷ୍ଟ କରାଯାଇଥିବା ସୂଚନା ରହିଛି। ମଦ ପରିବହନରେ ବ୍ୟବହୃତ ୧୭୯ଟି ଗାଡ଼ି ଜବତ ହେବା ସହ ୮୯ ମାଲିକ ଗିରଫ ହୋଇଛନ୍ତି। ଜବତ ଚୋରା ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୩୦ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି।

ରାଜ୍ୟରେ ଥମିବାର ନାଁ ଧରୁନି ଚୋରା ମଦ କାରବାର। ବାରମ୍ବାର ଚଢ଼ଉ ଓ ଧରପଗଡ଼ ପରେ ମଧ୍ୟ ମାଫିଆମାନେ ବେଧଡକ ବେଆଇନ କାରବାର ଚଲାଇଛନ୍ତି। କେତେକ ସ୍ଥାନରେ ଏହି ଚୋରା କାରବାରରେ ମାଫିଆଙ୍କ ସହ ଅବକାରୀ ବିଭାଗର ସମ୍ପୃକ୍ତି ଥିବା ମଧ୍ୟ ଅଭିଯୋଗ ହୁଏ।

Leave a Reply

Your email address will not be published. Required fields are marked *