ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୩୪ଟି କଲରାପତରିଆ ବାଘ ଓ ୩ଟି ମହାବଳ ବାଘଙ୍କର ମୃତ୍ୟୁ ହୋଇଛି । ଏନେଇ ଆଜି ବିଧାନସଭା ଗୃହରେ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନ ରାଜ୍ୟରେ ଗତ ୫ ବର୍ଷରେ କେତେ ବାଘ ମଲେଣି ଆଉ ଏବେ କେତେ ଅଛନ୍ତି?’ ର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି ଗତ ୫ ବର୍ଷ ମଧ୍ୟରେ ୩୪ଟି କଲରାପତରିଆ ବାଘ ଓ ୩ ଟି ମହାବଳ ପ୍ରାଣ ହରାଇଛନ୍ତି ।

ମୃତ୍ୟୁ ବରଣ କରିଥିବା ୩୭ଟି ବାଘଙ୍କ ମଧ୍ୟରୁ ୧୭ଟି ବାଘର ଶିକାର ଦ୍ୱାରା ମୃତ୍ୟୁ ହୋଇଥିବାବେଳେ, ବିଦ୍ୟୁତ୍ ଆଘାତ ଦ୍ଵାରା ୩ଟି, ରେଳ ଦୁର୍ଘଟଣାରେ ୧, ରାସ୍ତା ଦୁର୍ଘଟଣାରେ ୩, ରୋଗରେ ୩, ପ୍ରାକୃତିକ ଭାବେ ୪ଟି ବାଘ ମୃତ୍ୟୁ ବରଣ କରିଛନ୍ତି । ସେହିପରି ଶିକାର ଓ ନିଜ ଭିତରେ କଳହ ପାଇଁ ୨ଟି ମହାବଳ ବାଘର ମୃତ୍ୟୁ ହୋଇଥିବା ବେଳେ ଆଉ ଗୋଟିଏ ବାଘର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ଅନ୍ୟପଟେ ଅଲ୍ ଓଡ଼ିଶା ଟାଇଗର ଏଷ୍ଟିମେସନ ତଥ୍ୟ ଅନୁସାରେ ବର୍ତ୍ତମାନ ଓଡ଼ିଶାରେ ୩୦ ଟି ମହାବଳ ବାଘ ଅଛନ୍ତି । ଏଲ୍ ଓଡ଼ିଶା ଲିଓପାର୍ଡ ଏଷ୍ଟିମେସନ ରିପୋର୍ଟ ୨୦୨୪ ଅନୁସାରେ ୬୯୬ ଗୋଟି କଲରାପତରିଆ ବାଘ ଅଛନ୍ତି ।

Leave a Reply

Your email address will not be published. Required fields are marked *