ନକ୍ସଲମୁକ୍ତ ଭାରତ ଗଠନରେ ଯବାନକୁ ମିଳିଛି ବଡ ସଫଳତା । ଛତିଶଗଡ଼ର ବିଜାପୁର ଏବଂ ନାରାୟଣପୁର ସଂଲଗ୍ନ ମହାରାଷ୍ଟ୍ର ସୀମାନ୍ତ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ମିଳିଛି ବଡ଼ ସଫଳତା  । ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ମାଓବାଦୀ ନିହତ ହୋଇଥିଲା ବେଳେ ୨ ଜଣ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ମଧ୍ୟରେ ଏସଟିଏଫ ଏବଂ ଡିଆରଜି ଯବାନ ବୋଲି ଜଣାପଡ଼ିଛି । ଏଥିରେ ୨ ଜଣ ଯବାନ ଗୁରୁତର ମଧ୍ୟ ହୋଇଛନ୍ତି। ସେମାନଙ୍କୁ ହେଲିକପ୍ଟର ଯୋଗେ ଜଗଦଲପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏହା ସହ ଘଟଣା ସ୍ଥଳରୁ ବିପୁଳ ପରିମାଣରେ ମାଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ସୂଚନା ଦେଇଛନ୍ତି ବସ୍ତର ଆଇଜି ପି. ସୁନ୍ଦରରାଜ ।

ସୂଚନା ଯୋଗ୍ୟ; ବୀଜାପୁର ଓ ନାରାୟଣପୁର ଜିଲ୍ଲା ସୀମାରେ ନକ୍ସଲ ଗତିବିଧି ନେଇ ସୁରକ୍ଷାବାହିନୀକୁ ସୂଚନା ମିଳିଥିଲା । ଏହା ପରେ ରବିବାର ସକାଳ ପ୍ରାୟ ୮ଟା ବେଳେ ଡିଆରଜି, ଏସ୍‌ଟିଏଫ୍‌, ସି-୬୦ର ଯବାନମାନେ ମିଳିତ ତଲାସି ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ଲାଲବାହିନୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଗୁଳି ବନିମୟରେ ୩୧ ମାଓବାଦୀ ନିପାତ ହୋଇଛନ୍ତି । ସମସ୍ତ ବର୍ଦିଧାରୀ ମାଓବାଦୀଙ୍କ ମୃତ ଦେହ ଜବତ କରାଯାଇଛି । ଏନକାଉଣ୍ଟରସ୍ଥଳରୁ ଏକେ-୪୭ ରାଇଫଲ୍, ଏସଏଲଆର୍, ଇନସାସ୍ ରାଇଫଲ୍, ବିଏଲଜି ଲଞ୍ଚ ହତିଆର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

ଅନ୍ୟପଟେ ଛତିଶଗଡ ଏନକାଉଣ୍ଟରକୁ ବଡ ସଫଳତା ନେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ନକ୍ସଲମୁକ୍ତ ଭାରତ ଗଠନରେ ଯବାନକୁ ବଡ ସଫଳତା ମିଳିଛି । ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ଭାରତ ନକ୍ସଲମୁକ୍ତ ହେବ । ଦେଶରୁ ନିଶ୍ଚିତ ଭାବେ ନକ୍ସଲବାଦର ମୂଳୋତ୍ପାଟନ କରିବୁ । ଏହା ସହ ମାଓ ଅପରେସନରେ ସହିଦ୍ ଦୁଇ ଯବାନଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି ।

 

Leave a Reply

Your email address will not be published. Required fields are marked *