ଛତିଶଗଡ଼ରେ ଏକ ବଡ଼ ଧରଣର ମାଓ ଏନକାଉଣ୍ଟର । ଛତିଶଗଡର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୩୦ ମାଓବାଦୀ ନିପାତ ହୋଇଛନ୍ତି। ଏଥିରେ ଟପ୍ ମାଓନେତା ‘ବାସବ ରାଜ’ ନିହତ ହୋଇଛି । ତା ନାଁରେ କୋଟିଏ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ବୋଲି ଜଣାପଡ଼ିଛି । ଏହା ସହ ଅପରେସନ ବେଳେ ଜଣେ ଡିଆରଜି ଯବାନ ସହିଦ ହୋଇଛନ୍ତି ।

ସୂଚନା ଯୋଗ୍ୟ, ଆବୁଝମାଡ଼ ଜଙ୍ଗଲରେ ମାଓବାଦୀ କାର୍ଯ୍ୟକଳାପ ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ଖବର ମିଳିବା ପରେ ବୁଧବାର ସକାଳେ ୪ଟି ଜିଲ୍ଲା ଯଥାକ୍ରମେ, ନାରାୟଣପୁର, ଦାନ୍ତେୱାଡା, ବିଜାପୁର ଏବଂ କୋଣ୍ଡାଗାଁଓ ଜିଲ୍ଲାର ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି)ଙ୍କ ମିଳିତ ଅପରେସନ କରାଯାଇଥିଲା । ଏହି ସମୟରେ ଦୁଇ ପକ୍ଷ ମଧ୍ୟ ବିପୁଳ ପରିମାଣରେ ଗୁଳି ବିନିମୟ ହୋଇଥିଲା । ମାତ୍ର ସୁରକ୍ଷାବାହିନୀଙ୍କ ଗୁଳିକୁ ସାମ୍ନା କରିପାରିନଥିଲା ଲାଲବାହିନୀ । ଫଳରେ ଜଣକ ପରେ ଜଣେ ୩୦ ଜଣ ମାଓବାଦୀ ଟଳିଛନ୍ତି ।

ଏଥିରେ ଟପ୍ କ୍ୟାଡର୍ ମାଓବାଦୀ ‘ବାସବ ରାଜ’ ନିହତ ହୋଇଛି । ତାର ନାଁରେ କୋଟିଏ ଟଙ୍କାର ମୁଣ୍ଡ ଜାମିନ ରହିଥିଲା । ସେଣ୍ଟ୍ରାଲ କମିଟିର ମୁଖ୍ୟ ଥିଲେ ‘ବାସବ ରାଜ’ । ଏବେ ବି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।

Leave a Reply

Your email address will not be published. Required fields are marked *