30 dead, 60 injured in Mahakumbh stampede

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଆଜି ବଡ଼ ଧରଣର ଅଘଟଣ ଘଟିଛି ।

ବୁଧବାର ଭୋର ସମୟରେ ମୌନୀ ଅମାବାସ୍ୟା ପାଇଁ କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ସଙ୍ଗମସ୍ଥଳକୁ ଯାଉଥିବାବେଳେ ଦଳାଚକଟା ହୋଇ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାକୁମ୍ଭ ଦଳାଚକଟାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।

ଏହା ସହିତ ୬୦ ଜଣ ଆହତ ହୋଇଛନ୍ତି । ପ୍ରାଣ ହରାଇଥିବା ୩୦ ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୨୫ ଜଣଙ୍କ ପରିଚୟ ସ୍ପଷ୍ଟ ହୋଇଥିବା ବେଳେ ଅନ୍ୟମାନଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମଙ୍ଗଳବାର ରାତି ଗୋଟାଏରୁ ୨ଟା ମଧ୍ୟରେ ଅମୃତ ସ୍ନାନ ମୁହୂର୍ତ୍ତ ଯୋଗୁ ଭିଡ଼ ବଢ଼ିଥିଲା ।

ମୌନି ଅମାବାସ୍ୟା ଅବସରରେ ବୁଧବାର ସଂଧ୍ୟା ସୁଦ୍ଧା ୬ କୋଟିରୁ ଅଧିକ ଲୋକ ବୁଡ଼ ପକାଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *