ଉତ୍ତର ପ୍ରଦେଶର ପିଲିଭିତରେ ପଞ୍ଜାବ ଓ ଉତ୍ତରପ୍ରଦେଶ ପୋଲିସର ମିଳିତ ଏନ୍‌କାଉଣ୍ଟରରେ ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀମାନେ ହେଲେ ଗୁରବିନ୍ଦର ସିଂହ, ବୀରେନ୍ଦ୍ର ସିଂହ ଓ ଜସ୍ମନପ୍ରୀତ ସିଂହ। ସେମାନଙ୍କ ନିକଟରୁ ୨ଟି ଏକେ ୪୭ ଓ ୨ଟି ଗ୍ଲକ୍ ପିସ୍ତଲ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ନିହତ ଆତଙ୍କବାଦୀମାନେ ପଞ୍ଜାବର ଗୁରୁଦାସପୁରର ଏକ ଥାନା ଉପରେ ହମ୍‌ଲା କରିଥିଲେ ୩ ଆତଙ୍କବାଦୀ ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ପଞ୍ଜାବ ଥାନା ଉପରେ ଗ୍ରେନାଇଡ୍ ଆକ୍ରମଣ କରାଯାଇଥିଲା । ତେବେ ଏ ଆକ୍ରମଣ ଖାଲିସ୍ତାନ ଜିନ୍ଦାବାଦ ଫୋର୍ସ ସୋସିଆଲ ମିଡିଆରେ ଏକ ପୋଷ୍ଟ ପୋଷ୍ଟ କରି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ଆଜି ସକାଳୁ ପଞ୍ଜାବର ଗୁରୁଦାସପୁର ପୁଲିସ ଷ୍ଟେସନ ଉପରେ ଗ୍ରେନେଡ୍‌ ହମ୍‌ଲା କରିଥିବା ତିନି ଖଲିସ୍ତାନୀ ଆତଙ୍କବାଦୀଙ୍କ ସ୍ଥିତି ସମ୍ପର୍କରେ ଗୁରୁଦାସପୁର ପୁଲିସ ୟୁପିର ପୁରାଣପୁର ପୁଲିସ ଷ୍ଟେସନକୁ ଆସି ସୂଚନା ଦେଇଥିଲା। ଏହାପରେ ପୂରା ଅଞ୍ଚଳକୁ ଅବରୋଧ କରି ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ପୁରାଣପୁରରେ ତିନି ଜଣଙ୍କ ଉପସ୍ଥିତି ସହ ସନ୍ଦେହଜନକ ସାମଗ୍ରୀ ଥିବା ସମ୍ପର୍କରେ ପୁଲିସ ଏକ ସୂଚନା ମଧ୍ୟ ପାଇଥିଲା। ଏହାପରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ପଞ୍ଜାବ ପୋଲିସ ୟୁପିରେ ଯାଇ ପହଞ୍ଚିଥିଲା । ଉଭୟ ରାଜ୍ୟ ପୋଲିସର ମିଳିତ ଉଦ୍ୟମରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଏନକାଉଣ୍ଟର ସମ୍ଭବପର ହୋଇଥିଲା ।

Leave a Reply

Your email address will not be published. Required fields are marked *