3 held Over balanga Minor Girl Burning Incident
ପୁରୀ ଜିଲ୍ଲା, ନିମାପଡ଼ା ବଳଙ୍ଗାରେ ନାବାଳିକା ଛାତ୍ରୀଙ୍କୁ ଜିଅନ୍ତା ଜାଳିଦେବା ଘଟଣାରେ ଆଜି ପୋଲିସ ତିନି ଜଣଙ୍କୁ ଉଠାଇ ନେଇଛି ।
 
ବଳଙ୍ଗା ପୋଲିସ ସହିତ ସ୍ପେଶାଲ ଟିମ ସେମାନଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି । ଅଟକ ଥିବା ଯୁବକ ମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଟିମ୍ ୪୦ ଜଣଙ୍କୁ ଥାନାକୁ ନେଇ ଜେରା କରିସାରିଲାଣି ।
 
କହିରଖୁଛୁ ଯେ, ଦିଲ୍ଲୀ ଏମ୍ସରେ ଏବେ ବଳଙ୍ଗା ପୀଡ଼ିତା ଚିକିତ୍ସାଧୀନ ଅଛନ୍ତି । ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଥିବା ସୂଚନା ମିଳିଛି ।

By Nirvay

Leave a Reply

Your email address will not be published. Required fields are marked *