ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା । ୩ ଅର୍ଥଶାସ୍ତ୍ରୀ ଡାରନ ଏସମୋଗ୍ ଲୁ , ସାଇମ ଜନସନ ଓ ଜେମ୍ସ ଏ.ରବିନସନ୍ ଙ୍କୁ ମିଳିବ ନୋବେଲ ପୁରସ୍କାର । ଆଜି ସ୍ୱିଡେନର ନୋବେଲ ଆସେମ୍ବଲି ନବୋଲେ ଅର୍ଥନୀତି ପୁରସ୍କାର ଘୋଷଣା କରିଛନ୍ତି।ପ୍ରତିଷ୍ଠାନ ଗୁଡିକର ଗଠନ ଏବଂ ସମୃଦ୍ଧି ଉପରେ ଏହାର ପ୍ରଭାବ କଣ ଏହା ଉପରେ ଗବେଷଣା କରି ନୋବେଲ ପାଇଛନ୍ତି ।

ଚଳିତ ବର୍ଷର ନୋବେଲ ବିଜେତା ଏହାର ନୂଆ କାରଣ ଖୋଜିବା ସହ ଆୟ ଓ ସମାଜରେ ଥିବା ଅନୁଷ୍ଠାନଗୁଡିକରେ ତାରତମ୍ୟକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ଦେଶର ସମୃଦ୍ଧିରେ ସାମାଜିକ ଅନୁଷ୍ଠାନଗୁଡିକର ଗୁରୁତ୍ବ କଣ । ଯେଉଁ ସମାଜରେ ଆଇନଶୃଙ୍ଖଳା ଓ ଅନୁଷ୍ଠାନଗୁଡିକ ଦୁର୍ବଳ, ଯାହା ଜନତାଙ୍କ ଶୋଷଣ କରେ ସେଠାରେ ଅଭିବୃଦ୍ଧି ହୁଏ ନାହିଁ । ଏହା କାହିଁକି ହୁଏ, ଏହି ତିନି ଜଣ ଗବେଷଣା କରି ବୁଝାଇବାକୁ ଚେଷ୍ଟା କରିଛନ୍ତି । ରୟାଲ ସ୍ୱିଡେନ ଏକାଡେମୀ ଅଫ୍ ସାଇନ୍ସେସ୍ ର ନୋବେଲ କମିଟି କହିଛନ୍ତି ଯେ ଏହି ତିନି ଅର୍ଥନୀତିଜ୍ଞ ଦେଶର ସମୃଦ୍ଧି ପାଇଁ ସାମାଜିକ ଅନୁଷ୍ଠାନଗୁଡ଼ିକର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

ଗତବର୍ଷ ଅର୍ଥାତ ୨୦୨୩ରେ କ୍ଲାଉଡ଼ିଆ ଗୋଲ୍ଡିନ୍‌ଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ମିଳିଥିଲା। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିବା କ୍ଲାଉଡ଼ିଆ ଗୋଲ୍ଡିନ୍‌ଙ୍କୁ ମହିଳା ଶ୍ରମଶକ୍ତି ଗବେଷଣା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ନୋବେଲ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *