3-dead-as-bridge-slab-collapsed-in-cuttack
କଟକରେ ଆଜି ବଡ ଅଘଟଣ ଘଟିଛି । କଟକର ଖାନନଗରରେ ନିର୍ମାଣଧୀନ ଏକ ବ୍ରିଜର କାମ ଚାଲିଥିବା ବେଳେ କ୍ରେନ୍‌ ଭାଙ୍ଗିଯିବାରୁ ସ୍ଲାବ୍‌ ଖସିପଡିବା ଯୋଗୁଁ ସ୍ଲାବ୍ ତଳେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ସାଇଡ୍‌ ଇଞ୍ଜିନିୟର ଥିବା ସୂଚନା ମିଳିଛି ।
 
ଆଉ ୨ ଜଣ ଶ୍ରମିକଙ୍କୁ ତୁରନ୍ତ କଟକ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (SCB) ରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ଅଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଶ୍ରିକମାନଙ୍କ ମଧ୍ୟରୁ କିଛି ବାହାର ରାଜ୍ୟର ବୋଲି ଜଣାପଡ଼ିଛି ।
 
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାର ପ୍ରତି ୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିବା ସହ ଆହତଙ୍କୁ ମାଗଣା ଚିକିତ୍ସା ଏବଂ ମୃତ୍ୟୁ ଘଟିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
 
 
 
 

By Nirvay

Leave a Reply

Your email address will not be published. Required fields are marked *