ଦୁଇ ପଡ଼ୋଶୀ ଦେଶ ପାକିସ୍ତାନ ଏବଂ ଆଫଗାନିସ୍ତାନ ସମ୍ପର୍କ ବର୍ତ୍ତମାନ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଇ ଗତି କରୁଛି । ଆଫାଗାନିସ୍ତାନର ପକତିକା ପ୍ରୋଭିନ୍ସରେ ଶୁକ୍ରବାର ଦିନ ପାକିସ୍ତାନର ଏୟାର୍ ଷ୍ଟ୍ରାଇକ୍ରେରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ଭିତରେ ୩ ଜଣ ଆଫ୍ଗାନୀ କ୍ରିକେଟର୍ଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଆଫଗାନିସ୍ତାନ କ୍ରିକେଟ ବୋର୍ଡ । ଏହି ତିନି କ୍ରିକେଟର ହେଲେ କବିର, ଶିଭାତୁଲ୍ଲା ଓ ହାରୋନ । ଆଫଗାନିସ୍ତାନ ଘରୋଇ କ୍ରିକେଟରଙ୍କ ମୃତ୍ୟୁ ପରେ, ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ନେଇ ହେବାକୁ ଥିବା ଆଗାମୀ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜରୁ ଓହରି ଯିବାର ନିଷ୍ପତ୍ତି ନେଇଛି । ଆଫଗାନିସ୍ତାନ ନଭେମ୍ବର ୫ ରୁ ୨୯ ତାରିଖରୁ ପର୍ଯ୍ୟନ୍ତ ଲାହୋର ଏବଂ ରାୱଲପିଣ୍ଡିରେ ଶ୍ରୀଲଙ୍କା ବିବିଧ ତ୍ରି-ସିରିଜରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା । Post navigation ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ମୋଦୀଙ୍କ ପ୍ରଶଂସା କଲେ ଟ୍ରମ୍ପ୍