ରାଜ୍ୟରେ ୫ ବର୍ଷରେ ୨୮୩ ଶିଶୁ ଶ୍ରମିକ ଉଦ୍ଧାର। ଆଜି ବିଧାନଭାର ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନ ରାଜ୍ୟରେ ଗତ ୫ ବର୍ଷ ଭିତରେ କେତେ ସଂଖ୍ୟକ ଶିଶୁ ଶ୍ରମିକ ଉଦ୍ଧାର ହେଇଛନ୍ତି? ଆଉ ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା ପାଇଁ ବିଭାଗ ପକ୍ଷରୁ କଣ କଣ ପଦକ୍ଷେପ ନିଆଯାଇଛି? ଏହାର ଉତ୍ତରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ରାଜ୍ୟରେ ଗତ ୫ ବର୍ଷ ଭିତରେ ରାଜ୍ୟରୁ ମୋଟ ୨୮୩ ଜଣ ଶିଶୁ ଶ୍ରମିକ ଉଦ୍ଧାର ହେଇଛନ୍ତି । ଏହାକୁ କମେଇବା ପାଇଁ ଶିଶୁ ଓ କିଶୋର ଶ୍ରମ ଆଇନ୍‌ ୧୯୮୬କୁ କଠୋର ଭାବରେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଶ୍ରମ ଅଧୂକାରୀ ଓ ପୋଲିସ୍ ଅଧ‌ିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

Leave a Reply

Your email address will not be published. Required fields are marked *