ରାଜ୍ୟରେ ୨୭୦ ସରକାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଗତବର୍ଷ ଜୁନ୍ ୧୨ରୁ ଚଳିତ ବର୍ଷ ଡିସେମ୍ବର ୨୧ ଯାଏଁ ୨୭୦ ଗିରଫ ହୋଇଛନ୍ତି । ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ମୁଖ୍ୟମନ୍ତ୍ରୀଙ୍କ କହିଛନ୍ତି, ୩୧ ସରକାରୀ ଅଧିକାରୀଙ୍କ ଉପରେ ଏକାଧିକ ଥର କାର୍ଯ୍ୟାନୁଷ୍ଠାନ ହୋଇଛି। ସେମାନଙ୍କ ମଧ୍ୟରୁ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି ୧୮୭ଜଣ ସରକାରୀ କର୍ମଚାରୀ। ଦୋଷୀ ସାବ୍ୟସ୍ତ ହେବା ପରେ, ବହିଷ୍କାର ଆଦେଶ ମାଧ୍ୟମରେ ଚାକିରିରୁ ବରଖାସ୍ତ ହୋଇଛନ୍ତି ୩୪ଜଣ। ଶୃଙ୍ଖଳାଗତ ପଦକ୍ଷେପ ସ୍ୱରୂପ ଅନ୍ୟ ୬୫ଜଣ ସରକାରୀ କର୍ମଚାରୀଙ୍କ ପେନସନ୍‌ ବନ୍ଦ କରାଯାଇଛି।

Leave a Reply

Your email address will not be published. Required fields are marked *