ବେପରୁଆ ଭାବେ ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଅମାନିଆ ଗାଡ଼ି ଚାଳକଙ୍କ ପାଇଁ କଡ଼ା ପଦକ୍ଷପ ନେଇଛି କମିଶନରେଟ୍ ଟ୍ରାଫିକ୍ ପୋଲିସ। ଯେଉଁମାନେ ଏକାଧିକବାର ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରୁଛନ୍ତି, ସେମାନଙ୍କ ଗାଡ଼ି ପଞ୍ଜିକରଣ ରଦ୍ଦ କରିବାକୁ କମିଶନରେଟ୍ ପୋଲିସ ରାଜ୍ୟ ପରିବହନ ବିଭାଗକୁ ଚିଠି କରାଯାଇଛି । କମିଶନରେଟ୍ ପୋଲିସ ୨୫୮ଟି ଗାଡ଼ି ହେଲା ବ୍ଲାକ ଲିଷ୍ଟ କରିଛି। ପ୍ରାଥମିକ ପର୍ଯ୍ୟାୟରେ ୨୫୮ ଗାଡ଼ି ମାଲିକଙ୍କ ତାଲିକା ଦେଲା ଟ୍ରାଫିକ ବିଭାଗ। ଏମଭି ଆକ୍ଟ ଆଣ୍ଡ ଏମଭି ନିୟମରେ ବ୍ଲାକ ଲିଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁମାନଙ୍କର ଏକାଧୂକ ଚାଲାଣ ରହିଛି ସେମାନଙ୍କର ଗାଡ଼ି ନମ୍ବର ବ୍ଲାକ ଲିଷ୍ଟରେ ରହିଥିବା ଜଣାପଡିଛି। ଏହି ସବୁ ଗାଡିର RC ରଦ୍ଦ ଓ ଫିଟନେସ୍ ସାର୍ଟିଫିକେଟ୍ ରଦ୍ଦ ପାଇଁ ଏସଟିଏ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ବାରମ୍ଵାର ତାଗିଦ ଏବଂ ଚାଲାଣ କଟିବା ସତ୍ୱେ ସୁଧୁରୁ ନଥିବା ଚାଳକଙ୍କୁ କଡ଼ା ଚେତାବନୀ ଦେଇଛି କମିଶନରେଟ୍ ପୋଲିସ । କମିଶନରେଟ୍ ପୋଲିସ କହିଛି ନିୟମ ଅନୁସାରେ ଫାଇନ କଟିବାର ୯୦ ଦିନ ଭିତରେ ଅନଲାଇନରେ ଫାଇନ ଦେଇପାରିବେ। ୯୦ ଦିନ ପରେ କୋର୍ଟରେ ଫାଇନ ଦେବକଥା କିନ୍ତୁ ୨୫୮ ଜଣ ଆଦୌ ଫାଇନ ନଦେଇ ଗାଡ଼ି ଚଳାଉଛନ୍ତି । ତେଣୁ ସେମାନଙ୍କୁ ଚିହ୍ନଟ କରାଯାଇ ବ୍ଲାକ ଲିଷ୍ଟ କରାଯାଇଛି । Post navigation Low Pressure Area: ଆସନ୍ତା ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା BJP Announces New Office Bearers: ରାଜ୍ୟ ବିଜେପିର ନୂଆ ପଦାଧିକାରୀ ତାଲିକା ଘୋଷଣା