ଛତିଶଗଡ଼ର ବିଜାପୁର ଏବଂ ଦନ୍ତେୱାଡ଼ା ଜିଲ୍ଲା ସୀମା ସୁରକ୍ଷାବାହିନୀ ଓ ଲାଲବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ।  ଛତିଶଗଡ଼ର ୨ଟି ଅପରେସନରେ ୨୨ ମାଓବାଦୀ ନିହତ ହୋଇଛନ୍ତି । ବିଜାପୁରରେ ମାଓ ଅପରେସନରେ ୧୮ ନିହତ ହୋଇଥିବା ବେଳେ କାଙ୍କେର ଜିଲ୍ଲାରେ ୪ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏହା ସହ ଜଣେ ଡିଆରଜି ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରୁ ବିପୁଳ ପରିମାଣରେ ମାଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ସୂଚନା ମିଳିଛି।

ସୂଚନା ଯୋଗ୍ୟ; ଆଜି ସକାଳରେ ବିଜାପୁର ଏବଂ ଦନ୍ତେୱାଡ଼ା ସୀମା ଅଣ୍ଡରୀ ପାହାଡ଼ରେ ମାଓବାଦୀ ଲୁଚି ରହିଥିବା ପୋଲିସକୁ ସୂଚନା ମିଳିଥିଲା । ଏହା ପରେ ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ୍), ଡିଷ୍ଟ୍ରିକ୍‌ଟ ରିଜର୍ଭ ଗାର୍ଡ (ଡିଆରଜି) ଓ କୋବ୍ରା ବାଟାଲିୟନ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ସକାଳୁ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଘଟଣା ସ୍ଥଳରୁ ୨୨ ଜଣ ମାଓବାଦୀଙ୍କ ମୃତ ଦେହ ଜବତ କରାଯାଇଛି ।

ଅନ୍ୟପଟେ ୨୨ ନକ୍ସଲ ନିପାତ ଘଟଣାକୁ ବଡ଼ ସଫଳତା କହିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ । ସେ କହିଛନ୍ତି ନକ୍ସଲ ମୁକ୍ତ ଭାରତ ଅଭିଯାନ ଦିଗରେ ଆଗକୁ ବଢ଼ୁଛୁ । ବିଜାପୁର ଓ କାଙ୍କେରଠାରେ ପୃଥକ ପୃଥକ ଘଟଣାରେ ସଫଳତା ମିଳିଛି । ନକ୍ସଲଙ୍କ ବିରୋଧରେ ମୋଦି ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଜାରି ରହିବ ।ଆତ୍ମସମର୍ପଣ ନ କଲେ ଶୂନ୍ୟ ସହନଶୀଳ ନୀତି ଆପଣାଇବୁ ।ଆସନ୍ତା ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଦେଶ ନକ୍ସଲମୁକ୍ତ ହେବ ।

Leave a Reply

Your email address will not be published. Required fields are marked *