ଓଡ଼ିଶାର ହଜାର ହଜାର ଅଙ୍ଗନବାଡ଼ି କେନ୍ଦ୍ରରେ ଭିତ୍ତିଭୂମି ସମସ୍ୟା ଦେଖାଦେଇଛି । ରାଜ୍ୟରେ ୨୧ ହଜାରରୁ ଅଧିକ ଅଙ୍ଗନବାଡି କେନ୍ଦ୍ର ଏବେ ନିଜସ୍ୱ ଉତ୍ସର୍ଗୀକୃତ କୋଠା ବିନା ଚାଲିଛି । ଶନିବାର ବିଧାନସଭା ଅଧିବେଶନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ଲିଖିତ ବିବୃତିରେ ଏହି ସୂଚନା ଦେଇ କହିଛନ୍ତି ଯେ ପ୍ରାୟ ୨୧,୪୮୬ଟି ଅଙ୍ଗନବାଡ଼ି କେନ୍ଦ୍ର ନିଜସ୍ୱ କୋଠା ବିନା ଚାଲିଥିବାବେଳେ ୩୧,୦୦୦ ରୁ ଅଧିକ କେନ୍ଦ୍ରରେ ବିଜୁଳି ସଂଯୋଗ ନାହିଁ ଓ ଅନେକ ଅଙ୍ଗନବାଡି କେନ୍ଦ୍ରରେ ରୋଷେଇ ଘରର ଅଭାବ ଅଛି । ଉପଯୁକ୍ତ ରୋଷେଇ ସ୍ଥାନ ନଥିବାରୁ ପିଲା ଓ ମା’ଙ୍କୁ ଆବଶ୍ୟକ ପୋଷଣ ଓ ସେବା ଯୋଗାଇବା ପ୍ରଭାବିତ ହେଉଛି ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି । Post navigation ରାଜ୍ୟପାଳ ହରି ବାବୁ କମ୍ଭମ୍ପତିଙ୍କୁ ଭେଟିଲେ ସାଂସଦ ବୈଜୟନ୍ତ ପଣ୍ଡା ଫେବୃଆରୀ ୧୭ ଏବଂ ୨୪ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି