ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ଆଜି ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦକ୍ଷିଣ ଦିଲ୍ଲୀର ହୌଜ୍ ରାନୀ ଅଞ୍ଚଳରେ ଥିବା ଲେମନ ଗ୍ରୀନ୍ ରେଷ୍ଟୁରାଣ୍ଟରେ ହଠାତ୍ ନିଆଁ ଲାଗି ଅତିକମରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ପରେ ଜୀବନ ବଞ୍ଚାଇବାକୁ ଅନେକ ଲୋକ କୋଠାରୁ ଡେଇଁ ଖସି ପଳାଇବାକୁ ଚେଷ୍ଟା କରିଥିବା ଜଣାପଡିଛି । ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁଯାୟୀ; ଆଜି ସକାଳ ପ୍ରାୟ ୮ଟା ୫୦ ମିନିଟ୍ ସମୟରେ ରେଷ୍ଟୁରାଣ୍ଟରେ ନିଆଁ ଲାଗିଥିଲା। ନିଆଁ ଦ୍ରୁତ ଗତିରେ ବିଲ୍ଡିଂର ବିଭିନ୍ନ ମହଲାକୁ ବ୍ୟାପିଯିବାରୁ ଭିତରେ ଥିବା ଲୋକମାନେ ବାହାରି ନ ପାରି ରେଷ୍ଟୁରାଣ୍ଟରେ ଫସିଯାଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ପାଖକୁ ଖବର ପହଞ୍ଚିବା ପରେ ତୁରନ୍ତ ୧୦ଟି ଫାୟାର ଟେଣ୍ଡର ଘଟଣାସ୍ଥଳ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିଛି ସମୟ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି। ଏହାପରେ କୋଠାରେ ବଞ୍ଚିଥିବା ଲୋକଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ଅଧିକାରୀମାନେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଅନ୍ୟପଟେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ପୋଲିସ ଓ ଅଗ୍ନିଶମ ବିଭାଗ ମିଳିତ ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *