ଆଜି ଭାରତର ୭୮ ତମ ସ୍ୱାଧିନତା ଦିବସ ଅବସରରେ ଲାଲକିଲ୍ଲାରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ୟାରିସରେ ଅଲିମ୍ପିକ୍ସ ପଦକ ହାସଲ କରିଥିବା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶରେ ଅଲିମ୍ପିକ୍ସକୁ ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୩୬ ଅଲିମ୍ପିକ୍ସ ଭାରତରେ ଆୟୋଜନ କରିବା ଆମର ଲକ୍ଷ୍ୟ ସହ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଅଲିମ୍ପିକ୍ସ ମଇଦାନରେ ପାଦ ଥାପୁଥିବା ପ୍ରତିଟି ଖେଳାଳି ନିଜ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବର ଗୋଟିଏ ଗୋଟିଏ ଅଧ୍ୟାୟ ଯୋଡ଼ିଥାଏ। ବିଗତ ଦିନରେ ଜି-୨୦ ସମ୍ମିଳନୀକୁ ଭାରତ ଯେଉଁଭଳି ଭାବରେ ଆୟୋଜନ କରିଛି ତାହା ସାରା ବିଶ୍ୱ ଦେଖିଛି ଆଉ ଭାରତକୁ ପ୍ରଶଂସା କରୁଛି । ଏଥିରୁ ପ୍ରମାଣିତ ହେଉଛି କେବଳ ଜି ୨୦ ନୁହେଁ ଯେକୌଣସି ବଡ଼ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଭାରତରେ ହୋଇପାରିବ ।

Leave a Reply

Your email address will not be published. Required fields are marked *