Month: June 2025

ସାନ୍ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ

ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ।ଯାନ୍ତ୍ରିକ ତ୍ରୁଟି ଯୋଗୁଁ କୋଲକାତାରେ ବିମାନର ଅବତରଣ । ସାନ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ବିମାନରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଫଳରେ ଯାତ୍ରୀମାନଙ୍କୁ କୋଲକାତାରେ ହିଁ ଓହ୍ଲାଇବାକୁ ପଡିଛି।…

ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା: ୧୦ ଗିରଫ

ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ।ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ସୋମବାର ୭ ଜଣ ଯୁବକଙ୍କୁ ଅଟକ ରଖାଯାଇଥିବା ବେଳେ ଆଜି ଗୋପାଳପୁର ପୋଲିସ ୩ ଜଣ ଯୁବକଙ୍କୁ ଗିରଫ କରିଛି । ବାହାର ରାଜ୍ୟକୁ ଫେରାର ପାଇଁ…

ଧର୍ମଶାଳାରେ ହୋଟେଲ, ଫାଷ୍ଟଫୁଡ୍ ଦୋକାନ ୨ ସପ୍ତାହ ପାଇଁ ବନ୍ଦ

ଯାଜପୁର ଜିଲ୍ଲାରେ ଡାଇରିଆ ବ୍ୟାପିଥିବାରୁ ଧର୍ମଶାଳା ତହସିଲ ପ୍ରଶାସନର କଡ଼ା ନିର୍ଦ୍ଦେଶ । ଧର୍ମଶାଳା ତହସିଲ ଅଧୀନରେ ଥିବା ସମସ୍ତ ହୋଟେଲ, ଢାବା, ତେଲଭାଜି ଦୋକାନ, ମିଠା ଦୋକାନ, ଫାଷ୍ଟଫୁଡ଼/ଚାଟ/ଗୁପଚୁପ ଦୋକାନ, ଆଇସକ୍ରିମ କାରଖାନା, ପାଣି ପାଉଚ କାରଖାନା, ମାଛ/ଚିକେନ ଏ…

ରାଜ୍ୟରେ ଆରମ୍ଭ ହେଲା ‘‘ଷ୍ଟପ୍-ଡାଇରିଆ’’ ଅଭିଯାନ

ବର୍ଷା ଋତୁରେ ଜଳବାହିତ ରୋଗ ଡାଇରିଆର ନିରାକରଣ ନିମନ୍ତେ ସାରା ରାଜ୍ୟରେ ଷ୍ଟପ ଡାଇରିଆ ଅଭିଯାନ ଆରମ୍ଭ କରାଯାଇଛି । ଡାଇରିଆ ସ୍ଥିତି ଉପରେ ନଜର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତତ୍ତ୍ଵାବଧାନରେ ରାଜ୍ୟ ସରକାର ନିରାକରଣ ଓ ପ୍ରତିଷେଧ…

ଭୁବନେଶ୍ୱରରେ ତିଆରି ହେବ ସରକାରୀ ଅତିଥି ଭବନ

ବିଭିନ୍ନ ଜିଲ୍ଲାରୁ ଓଡ଼ିଶା ରାଜଧାନୀକୁ ବିଭିନ୍ନ ଉଦ୍ଦେଶ୍ୟରେ ଆସୁଥିବା ଲୋକଙ୍କ ପାଇଁ ସୁଲଭ ବାସସ୍ଥାନ ଯୋଗାଇବା ନିମନ୍ତେ ଓଡ଼ିଶା ସରକାର ଭୁବନେଶ୍ୱରରେ ‘ଅତିଥି ଭବନ’ର ନିର୍ମାଣ ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ…

ପଞ୍ଚଭୂତରେ ଲୀନ ହେଲେ ବିଜୟ ରୁପାଣୀ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ

ପଞ୍ଚଭୂତରେ ଲୀନ ହେଲେ ବିଜୟ ରୁପାଣୀ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ । ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗୃହମନ୍ତ୍ରୀ ଅମିତ ଶାହ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ…

ସାଇପ୍ରସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସର୍ବୋଚ୍ଚ ସମ୍ମାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ କ୍ରସ୍ ଅଫ୍ ଦ ଅର୍ଡର ଅଫ୍ ମାକାରିଓସ୍ ରେ ସମ୍ମାନିତ କରିଛନ୍ତି ସାଇପ୍ରସର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡ୍ସ । ଏହି ସମ୍ମାନ ପାଇଁ ସାଇପ୍ରସ ରାଷ୍ଟ୍ରପତି, ସାଇପ୍ରସ ସରକାର ଓ ଜନତାଙ୍କୁ…

୨୮,୩୪୬ ଜଣଙ୍କୁ ସରକାରୀ ଓ ୪୫ ହଜାରଙ୍କୁ ବେସରକାରୀ ସ୍ତରରେ ନିଯୁକ୍ତି ଦେଇଛନ୍ତି ନୂଆ ସରକାର: ମୁଖ୍ୟମନ୍ତ୍ରୀ

ଯୁବ ଶକ୍ତି ହେଉଛନ୍ତି ଆମ ରାଜ୍ୟର ବିକାଶ ରଥର ସାରଥୀ। ଯୁବ ଶକ୍ତିଙ୍କ ଭିତରେ ଥିବା ଶକ୍ତି, ସାମର୍ଥ୍ୟ ଓ ଉତ୍ସାହକୁ ରାଜ୍ୟର ବିକାଶ ସହିତ ସମାଜ କଲ୍ୟାଣରେ ଉପଯୋଗ କରିବା ପାଇଁ ଆମେ ପ୍ରାଧାନ୍ୟ ଦେଉଛୁ ବୋଲି ଆଜି ମୁଖ୍ୟମନ୍ତ୍ରୀ…

ବ୍ୟାସନଗରରେ ଫାଷ୍ଟଫୁଡ୍‌ ବନ୍ଦ

ମାଡୁଛି ହଇଜା । ଏହାକୁ ଦୃଷ୍ଟିରେ ରଖି ଯାଜପୁର ବ୍ୟାସନଗର ଅଞ୍ଚଳରେ ଫାଷ୍ଟଫୁଡ୍‌ ବନ୍ଦ । ଚାଟ୍, ଗୁପ୍‌ଚୁପ୍‌, ଜଳଖିଆ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ । ହୋଟେଲ୍‌ଗୁଡ଼ିକୁ ସ୍ବଚ୍ଛତା ରଖିବାକୁ ପ୍ରଶାସନର ନିର୍ଦ୍ଦେଶ ଜାରି କରାଯାଇଛି । ଏହି ନିଷ୍ପତ୍ତି…

ଏସସିବିରେ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ

ଯାଜପୁରରେ କାୟା ମେଲାଉଛି ଝାଡାବାନ୍ତି । ଏହାରି ମଧ୍ୟରେ କଟକ ଏସସିବିରେ ଆଉ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ ସ୍ପଷ୍ଟ କରିଛନ୍ତି ହସ୍ପିଟାଲ୍‌ କର୍ତ୍ତୃପକ୍ଷ । ମୃତକ ଜଣଙ୍କ ଯାଜପୁର ସୁକିନ୍ଦା ଅଞ୍ଚଳର ସୂଚନା ।…