Month: October 2024

କୌଣସି ଧାର୍ମିକ ସ୍ଥଳ ସର୍ବସାଧାରଣ ଅଧିକାରରେ ବାଧା ସୃଷ୍ଟି କରିପାରିବ ନାହିଁ: ସୁପ୍ରିମକୋର୍ଟ

ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ରାସ୍ତା, ଜଳାଶୟ କିମ୍ବା ରେଳଧାରଣା ଉପରେ ଉଲ୍ଲଂଘନ କରୁଥିବା କୌଣସି ଧାର୍ମିକ ଢାଞ୍ଚାକୁ ହଟାଇବା ଜରୁରୀ । ଅଦାଲତ ଭାରତର ଧର୍ମନିରପେକ୍ଷ…

ରୋହତାଙ୍ଗ ପାସ୍ ବିମାନ ଦୁର୍ଘଟଣା; ୫୬ ବର୍ଷ ପରେ ଆଉ ୪ ମୃତଦେହ ଉଦ୍ଧାର

ହିମାଚଳ ପ୍ରଦେଶର ରୋହତାଙ୍ଗ ପାସ୍ ଉପରେ ଭାରତୀୟ ବାୟୁସେନାର ଏଏନ୍-୧୨ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ୫୬ ବର୍ଷରୁ ଅଧିକ ସମୟ ପରେ ଆଉ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯାହା ଭାରତର ଦୀର୍ଘ ଦିନ ଧରି ଚାଲିଥିବା ସର୍ଚ୍ଚ ଅପରେସନରେ…

୩୭ ବର୍ଷର ପ୍ରତୀକ୍ଷା ପରେ ପୁରୁଣାକଟକରେ ଗଡ଼ିଲା ରେଳ

ପୁରୁଣାକଟକରେ ଗଡ଼ିଲା ରେଳ । ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ବୌଦ୍ଧରୁ ପୁରୁଣାକଟକକୁ ପରୀକ୍ଷାମୂଳକ ଭାବେ ରେଳ ଇଞ୍ଜିନ ଗଡ଼଼ିଛି। ନଡ଼ିଆ ବାଡ଼େଇ ପୂଜାର୍ଚ୍ଚନା କରିବା ସହ ଟ୍ରେନ ଇଞ୍ଜିନକୁ ସ୍ୱାଗତ କରିଛନ୍ତି ଲୋକେ । ସୂଚନାଯୋଗ୍ୟ; ହରଭଙ୍ଗା…

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି 

୨୦୨୧ ମସିହାରେ ଘଟିଥିବା ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି ମିଳିଛି। ପ୍ରତାପଙ୍କ ନାଁରେ ତଳକୋର୍ଟ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ। ପ୍ରତାପଙ୍କ ବିରୋଧରେ ଅପରାଧିକ…

ଶ୍ରୀମନ୍ଦିରରେ ରୋଷେଇରେ ଲୁହା କଡ଼େଇ ବ୍ୟବହାର ନେଇ କାର୍ଯ୍ୟାନୁଷ୍ଠାନ: ୩ ପାଳିଆ ସେବକ ନିଲମ୍ବିତ

ଶ୍ରୀମନ୍ଦିରରେ ରୋଷେଇରେ ଲୁହା କଡ଼େଇ ବ୍ୟବହାର ନେଇ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଶ୍ରୀମନ୍ଦିର ପ୍ରଶାସନ । ୩ ସୁପକାରଙ୍କୁ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶ ନିଷିଦ୍ଧ କରାଯାଇଥିବା…

ନରେନ୍ଦ୍ର ପୁଷ୍କରିଣୀ ଅଘଟଣ: ପାଣିରେ ବୁଡ଼ି ଦୁଇ ଯୁବକ ମୃତ

ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଅଭାବନୀୟ ଘଟଣା ଘଟିଯାଇଛି । ଗାଧୋଉଥିବା ବେଳେ ବୁଡ଼ିଯାଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଯୁବକଙ୍କ ହେଲେ ଗଞ୍ଜାମ ଜିଲା କୁକୁଡାଫାଣ୍ଡି ଅଞ୍ଚଳର ରାଜକିରଣ ଶତପଥୀ (୨୩) ଓ ଇଚ୍ଛାପୁରମ୍‌ ଅଞ୍ଚଳର ନଳିନୀକାନ୍ତ…

ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଜିତିଲା ଭାରତ

ଭାରତ-ବାଂଲାଦେଶ ମଧ୍ୟରେ କାନପୁରରେ ଚାଲିଥିବା ଦ୍ୱିତୀୟ ଟେଷ୍ଟକୁ ଜିତିଲା ଭାରତ । କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଛି ଭାରତୀୟ ଦଳ। ଖେଳାଯାଉଥିବା ମ୍ୟାଚକୁ ଭାରତ ୭ ଓ୍ୱିକେଟରେ ଜିତିନେଇଛି…

ନଭେମ୍ବରରୁ ୩୧୦୦ ଟଙ୍କାରେ କିଣା ହେବ ଧାନ: ସମୀର ଦାଶ

ନଭେମ୍ବରରୁ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାସ ଧାନ କିଣା ସଂପର୍କରେ ସୂଚନା ଦେଇ କହିଛନ୍ତି ବରଗଡ ସୋହେଲାରୁ ଆରମ୍ଭ ହେବ ଧାନ…

ଭିଜିଲାନ୍ସ ପଞ୍ଝାରେ ଖାଦ୍ୟ ସୁରକ୍ଷା ଅଧିକାରୀ

ଭିଜିଲାନ୍ସ ଜାଲରେ ଧରାପଡିଲେ ଲାଞ୍ଚୁଆ ସରକାରୀ ବାବୁ । ବ୍ରେଡ୍ ଫ୍ଯାକ୍ଟ୍ରି ଲାଇସେନ୍ସ ନବୀକରଣ ନାଁରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କେନ୍ଦ୍ରାପଡ଼ା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାର। ଏହା ପରେ ଖାଦ୍ୟ…

ଗାଦି ମଡ଼ା ପୋଲିସ ଅଧିକାରୀଙ୍କୁ ପୋଲିସ କମିଶନରଙ୍କ ଚେତାବନୀ

କଟକରେ ନୂଆ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂହ ପହଞ୍ଚି ଗାଦି ମଡ଼ା ପୋଲିସ ଅଧିକାରୀଙ୍କୁ ତାଗିଦ୍‌ କରି କହିଛନ୍ତି ଟ୍ବିନସିଟିର ବିଭିନ୍ନ ଫାଣ୍ଡିରେ କର୍ମଚାରୀମାନଙ୍କ କାର୍ଯ୍ୟକଳାପର ତର୍ଜମା କରାଯିବ । ଦୀର୍ଘଦୀନରୁ ବିଭିନ୍ନ ଥାନା ଫାଣ୍ଡିରେ ରହିଥିବା ଅଧିକାରୀଙ୍କ ତଥ୍ୟ…