Month: October 2024

ପାକିସ୍ତାନର କରାଚିରେ ବିସ୍ଫୋରଣ

କରାଚି ବିମାନବନ୍ଦରରେ ରବିବାର ରାତିରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ବିମାନବନ୍ଦର ପରିସର ବାହାରେ ହୋଇଥିବା ଏହି ବିସ୍ଫୋରଣରେ ଚୀନର ଦୁଇ ଜଣ ଅଧିକାରୀପ୍ରାଣ ହରାଇଥିବା ବେଳେ ଅନ୍ୟୂନ ୮ ଜଣ ଆହତ ହୋଇଛନ୍ତି। ଆଇନ୍ ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କ ବୟାନ…

ହୀରାକୁଦ ନବୀକରଣ ପାଇଁ ୮୫୫ କୋଟି ଆବଣ୍ଟନ କଲେ ମୋହନ ସରକାର

ହୀରାକୁଦ ଡ୍ୟାମକୁ ସଂଯୋଗ ହୋଇଥିବା ୬ ଦଶନ୍ଧି ପୁରୁଣା କେନାଲ ବ୍ୟବସ୍ଥାର ନବୀକରଣ ପାଇଁ ମୋହନ ସରକାର ୮୫୫ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ୪ ବର୍ଷରେ ୮୫୫ କୋଟି ଖର୍ଚ୍ଚ ହେବ। ଏହି ନବୀକରଣ ଦ୍ୱାରା ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼…

ବର୍ଷାରେ ଭାଙ୍ଗିଲା ଦୁର୍ଗାପୂଜା ତୋରଣ

ପାର୍ବଣ ଚାଲିଥିବା ବେଳେ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ଆଲୋକମାଳା ଓ ସାଜସଜ୍ଜାରେ ଝଲସୁଛି ଦେବୀ ପୀଠ। ଏସବୁ ଭିତରେ ଆଜି ଭୁବନେଶ୍ୱରସ୍ଥିତ ରସୁଲଗଡ଼ ଦୁର୍ଗାପୂଜା ତୋରଣ ବର୍ଷା ପବନରେ ଭାଙ୍ଗିଯାଇଛି। ରସୁଲଗଡ଼ରେ ୩୦ ଫୁଟ୍ ଉଚ୍ଚର ହୋଇଥିବା ଲାଇଟ୍ ତୋରଣ…

ପିଜିଟି ଲିଖିତ ପରୀକ୍ଷା ବାତିଲ୍‌

ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ନିଯୁକ୍ତି ନେଇ ହେବାକୁ ଥିବା ୩ଟି ବର୍ଗର ଲିଖିତ ପରୀକ୍ଷା ଆଜି ବାତିଲ୍‌ ହୋଇଛି। ପଦାର୍ଥ ବିଜ୍ଞାନ, ଗଣିତ, ଓଡ଼ିଆ ପଦବୀ ପାଇଁ ପରୀକ୍ଷା ବାତିଲ୍ ହୋଇଛି। ଏ ନେଇ ଅନିବାର୍ଯ୍ୟ କାରଣ ଦର୍ଶାଇ ଓପିଏସସି…

ସିଲିକନ୍ ପ୍ରତିମୂର୍ତ୍ତି ମାଧ୍ୟମରେ ସ୍ତ୍ରୀଙ୍କ ସ୍ମୃତିକୁ ସାଇତି ରଖିଛନ୍ତି ସ୍ୱାମୀ

୨୦୨୧ ଏପ୍ରିଲରେ ବ୍ରହ୍ମପୁରର ଜଣେ ବ୍ୟବସାୟୀ ପ୍ରଶାନ୍ତ କୁମାର ନାୟକ (୫୨)ଙ୍କ ପତ୍ନୀ କୋଭିଡରେ ପ୍ରାଣ ହରାଇଥିଲେ। ସେ ତାଙ୍କ ସ୍ବର୍ଗତ ପତ୍ନୀଙ୍କ ଏକ ସିଲିକନ ପ୍ରତିମୂର୍ତ୍ତି ଘରକୁ ଆଣିଥିଲେ। ବ୍ୟବସାୟୀ ପ୍ରଶାନ୍ତ କୁମାର ନାୟକଙ୍କ ସ୍ବର୍ଗତ ପତ୍ନୀ କିରଣଙ୍କ ଶାଢ଼ି…

ପୁଣି ଓଏସଏସସି ପରିଚାଳିତ ପରୀକ୍ଷାରେ ତ୍ରୁଟି !

ପୁଣି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ ହୋଇଛି। ବାଲେଶ୍ବରର ଏକ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ହୋଇଥିବା ନେଇ ଅଭିଯୋଗ ହୋଇଛି। ଆଗୁଆ ପ୍ରଶ୍ନପତ୍ର ପ୍ୟାକେଟ୍‌ ସିଲ୍‌ ଖୋଲାଯାଇଥିବା ଭଳି ଗୁରୁତର ଅଭିଯୋଗ…

ରାଗିଂ ଘଟଣା: ୧୭ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟରେ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏ ନେଇ ଶୃଙ୍ଖଳା କମିଟର ତଦନ୍ତ ପରେ ୧୭ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସପ୍ତାହକ ମଧ୍ୟରେ ୪ ଜଣ ଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ୧୩…

ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମାଓ ମୁକାବିଲା ନେଇ ହେବାକୁ ଥିବା ବୈଠକରେ ଯୋଗଦେବେ। ଏ ନେଇ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏଥିସହ କେନ୍ଦ୍ର ମନ୍ତ୍ରୀମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ…

‘ଓଡ଼ିଶା ଅଛି କେଉଁଠି’ ଶୀର୍ଷକ ବିଶେଷ ଆଲୋଚନାଚକ୍ର

ଆଉ ମାତ୍ର ୧୨ ବର୍ଷ ଓଡ଼ିଶା ନିଜର ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ଏହି ୮୮ ବର୍ଷ ଭିତରେ ଓଡ଼ିଶା ଅଛି କେଉଁଠି ଶୀର୍ଷକ ଆଲୋଚନାଚକ୍ର ନିର୍ଭୟ ୧୦ମ ବାର୍ଷିକ ଉତ୍ସବ ପରେ ପରେ ଅନୁଷ୍ଠିତ ହୋଇଥିଲା। ଏଥିରେ…

ଗଣମାଧ୍ୟମର କଣ୍ଠରୋଧର ସମୟ ଶେଷ ଓ ନିର୍ଭୟ ସତ୍ୟର ପ୍ରକୃତ ସନ୍ଧାନୀ ବୋଲି ନିର୍ଭୟ ବାର୍ଷିକ ଉତ୍ସବରେ କହିଲେ ମୁଖ୍ୟମନ୍ତ୍ରୀ

ସ୍ଥାନୀୟ ହୋଟେଲ ମେ ଫେୟାରର ଅର୍କିଡ଼ ସଭାଗୃହରେ ଶନିବାର ଦିନ ଆୟୋଜିତ ଭବ୍ୟ ଉତ୍ସବରେ ଦୈନିକ ସମ୍ବାଦପତ୍ର ନିର୍ଭୟର ୧୦ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନିର୍ଭୟର ସମ୍ପାଦକ ନବୀନ ଦାସଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିବା ମୁଖ୍ୟ ସମାରୋହରେ ମୁଖ୍ୟ…