Month: July 2024

ଅଡ଼ୁଆରେ ରିୟା: ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ କେୟାର ଟେକର

ଓଲିଉଡ଼ ଅଭିନେତ୍ରୀ ରିୟା ଦେଙ୍କ ନାଁରେ ଥାନାରେ ସଙ୍ଗୀନ ଅଭିଯୋଗ । ଯୁବତୀ ଜଣଙ୍କ କେୟାର ଟେକର ଭାବରେ ଦେଢ଼ ବର୍ଷ ହେବ କାମ କରୁଥିଲେ । ରିୟା ଏବଂ ତାଙ୍କ ସ୍ୱାମୀ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଯୁବତୀ…

୪ ଦିନ ପରେ ବି ମିଳୁନି ନିଖୋଜ ଯୁବକଙ୍କ ପତ୍ତା

୪ ଦିନ ପରେ ବି ମିଳୁନି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଖଣି ପୋଖରୀରେ ବୁଡିଯାଇଥିବା ଯୁବକ ଓମ୍ ପ୍ରକାଶ ରଥଙ୍କ ପତ୍ତା। ତାଙ୍କୁ ଉଦ୍ଧାର କରିବା ପାଇଁ ଆଜି ସାମିଲ ହୋଇଛି ରାଉରକେଲା NITର ସ୍ୱତନ୍ତ୍ର ରୋବଟ । NITର ସ୍ୱତନ୍ତ୍ର…

ରାଜଧାନୀରେ ୬ ମାସରେ ୩୬ କୋଟି ଲୁଟ: ପୋଲିସ କମିଶନର

ସାଇବର ଠକକୁ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର। ଜାନୁଆରୀରୁ ୬ ମାସ ମଧ୍ୟରେ ୩୬ କୋଟି ଠକେଇ ହୋଇଛି। ସାଇବର ଥାନାରେ ୨୩୯୪ଟି ରିପୋର୍ଟ ହୋଇଛି। ସାଇବର ଠକଙ୍କ ୯ କୋଟି ୫୦ ଲକ୍ଷ ଫ୍ରିଜ୍‌ ହୋଇଛି। ୪୬ ଲକ୍ଷ…

ଗୃହିଣୀଙ୍କ ତ୍ୟାଗ ଓ ପରିବାର ପ୍ରତି ଭୂମିକାକୁ ସମ୍ମାନ ଦିଅ: ସୁପ୍ରିମକୋର୍ଟ

ଗୃହୀଣୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଜି ଏକ ବଡ଼ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ଗୃହିଣୀଙ୍କୁ ଆର୍ଥିକସ୍ତରରେ ନିଶ୍ଚିତ ଭାବେ ସଶକ୍ତ କରିବାର ଆବଶ୍ୟକତା ରହିଛି। ଗୃହିଣୀ ପରିବାରର ଆୟ ବିଷୟରେ ଅବଗତ ହେବା ଦରକାର। ପରିବାର ଆର୍ଥିକ ଅଭିବୃଦ୍ଧି ପାଇଁ ଗୃହିଣୀଙ୍କ…

୧୪ରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ: ଆଇନମନ୍ତ୍ରୀ

ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନନ୍ଦନ। ରତ୍ନଭଣ୍ଡାର ଯାଞ୍ଚ କମିଟିର ସୁପାରିଶକୁ ମୋହର ମାରିଛି ପରିଚାଳନା କମିଟି। ପରିଚାଳନା କମିଟିର ସୁପାରିଶ ଆଜି ପହଞ୍ଚିବ। ଏହାପରେ ଯେଉଁ ଏସଓପି…

ପାକିସ୍ତାନରେ ଚମ୍ପିଆନ୍ସ ଟ୍ରଫି ଖେଳିବା ପାଇଁ ନ ଯାଇପାରେ ଭାରତୀୟ ଟିମ୍‌

ଆସନ୍ତା ବର୍ଷ ପାକିସ୍ତାନରେ ଚମ୍ପିଆନ୍ସ ଟ୍ରଫି ଅନୁଷ୍ଠିତ ହେବ ଏବଂ ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ପାକିସ୍ତାନ ଯିବା ଉପରେ ସନ୍ଦେହ ରହିଛି । ପାକିସ୍ତାନ ବଦଳରେ ଶ୍ରୀଲଙ୍କା କିମ୍ବା ଦୁବାଇରେ ମ୍ୟାଚ କରାଇବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ଅନୁରୋଧ…

ଜଗନ୍ନାଥଙ୍କ ଭଜନ ଗାଉ ଗାଉ ସଭାମଞ୍ଚରେ ଟଳି ପଡ଼ିଲେ ଗଜପତି ଅତିରିକ୍ତ ଜିଲ୍ଲାପାଳ

ଜଗନ୍ନାଥଙ୍କ ଭଜନ ଗାଉ ଗାଉ ସଭାମଞ୍ଚରେ ଟଳି ପଡିଥିଲେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର ଦାସ। ଗତକାଲି ରାତିରେ ପ୍ରଶାସନିକ ଅଧିକାରୀମାନେ ଏକ ନୈଶ ଭୋଜିର ଆୟୋଜନ କରିଥିଲେ ପାରଳାଖେମୁଣ୍ଡି ସ୍ଥିତ ବୃନ୍ଦାବନ ପ୍ୟାଲେସ୍ ନିକଟରେ। ଏହି ଅବସରରେ ଚାଲିଥିବା…

NEET-UG ପରୀକ୍ଷା ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ଆଜି ସୁପ୍ରିମକୋର୍ଟରେ ନିଟ୍ ୟୁଜି ପରୀକ୍ଷାର ଶୁଣାଣି ହେବାକୁଥିବା ବେଳେ ଶୁଣାଣି ପୂର୍ବରୁ କେନ୍ଦ୍ର ସରକାର ଓ NTA ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ସତ୍ୟପାଠରେ ବ୍ୟାପକ ଅନିୟମିତତା ହୋଇନଥିବା ଉଲ୍ଲେଖ ହୋଇଛି । ମେଡିକାଲ ପ୍ରବେଶିକା ପରୀକ୍ଷାକୁ…

ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳିଲେ ରାଷ୍ଟ୍ରପତି

ମହିଳା ପଦ୍ମ ପୁରସ୍କାର ବିଜେତାଙ୍କୁ ନେଇ ଆୟୋଜିତ ‘ହର୍ ଷ୍ଟୋରି- ମେରି ଷ୍ଟୋରୀ’ କାର୍ଯ୍ୟକ୍ରମରେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବୁଧବାର ରାଷ୍ଟ୍ରପତି ଭବନରେ ବ୍ୟାଡମିଣ୍ଟନ କୋର୍ଟରେ ବ୍ୟାଡମିଣ୍ଟନ…

ଆଜି ପବିତ୍ର ହେରା ପଞ୍ଚମୀ

ଆଜି ହେରା ପଞ୍ଚମୀ। ନବ ଦିନାତ୍ମକ ଘୋଷଯାତ୍ରାରେ ସାଙ୍ଗରେ ଆଣିନଥିବାରୁ ଶ୍ରୀମନ୍ଦିରରୁ ଶ୍ରୀଦେବୀ ଆସିବେ ଗୁଣ୍ଡିଚା ମନ୍ଦିର। କାଳିଆ ଠାକୁରଙ୍କୁ ଫେରାଇ ଆଣିବାକୁ ଅଭିମାନିନୀ ମାଆ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ବିଜେ କରିବେ। ଆଜି ସଂଧ୍ୟାରେ ମହାଲକ୍ଷ୍ମୀ ଏକ ସ୍ୱତନ୍ତ୍ର ପାଲିଙ୍କିରେ…