2000 to 2024 was a new era of Odisha's development
ଓଡ଼ିଶା ଦିବସ ଅବସରରେ ଶଙ୍ଖ ଭବନରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ ସମସ୍ତଙ୍କୁ ଓଡିଶା ଦିବସର ଶୁଭେଚ୍ଛା ଜଣାଇଥିଲେ ।
 
ପଟ୍ଟନାୟକ କହିଥିଲେ, “୨୦୦୦ ରୂ ୨୦୨୪ ଥିଲା ଓଡିଶା ବିକାଶ ର ନୂଆ ଯୁଗ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଭାରତ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା । ଓଡିଶା ହେଉଛି ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ଆମର ପୂର୍ବ ସୁରୀ ମାନଙ୍କର ସ୍ୱପ୍ନ ଥିଲା ଏକ ସମୃଦ୍ଧ ଓ ସ୍ୱାଭିମାନୀ ଓଡିଶା । ସେହି ସ୍ବପ୍ନ ପୂରଣ କରିବା ପାଇଁ ଆମେ ନିରନ୍ତର ଉଦ୍ୟମ ଜାରି ରଖିଛୁ । ଆଜି ଦେଶର ବିକାଶ ଯାତ୍ରାରେ ଓଡିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି । ଓଡିଆମାନେ ଦେଶ ବିଦେଶରେ ଓଡିଶାର ପରିଚୟକୁ ଆଜି ଉଜ୍ୱଳ କରୁଛନ୍ତି । ଏହି ସମୟ ମଧ୍ୟରେ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା । ଓଡିଆ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେଲା । ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡିଆ ଭାଷା ଉପରେ ଗବେଷଣା ପାଇଁ ନୂଆ ନୂଆ Chair ପ୍ରତିଷ୍ଠା କରାଗଲା ।”
2000 to 2024 was a new era of Odisha's development
 
ସେ କହିଥିଲେ ଯେ ଗତ ଚବିଶ ବର୍ଷ ମଧ୍ୟରେ କୃଷି, ପୁଞ୍ଜି ନିବେଶ, ଭିତ୍ତିଭୂମି, ଅର୍ଥନୀତି, କ୍ରୀଡା, ଶିକ୍ଷା, ସ୍ୱାସ୍ଥ୍ୟ, ବିପର୍ଯୟ ପରିଚାଳନା ସହିତ ବିକାଶର ବିଭିନ୍ନ ସୂଚକାଙ୍କ ରେ ଓଡିଶା ଆଗରେ ଅଛି । ଏହି ସମୟ ମଧ୍ୟରେ ଆମର ସବୁଠାରୁ ବଡ ସଫଳତା ହେଉଛି ଗରିବୀ ହ୍ରାସ । ଗରିବୀ ୭୦ ପ୍ରତିଶତ ରୁ ୧୦ ପ୍ରତିଶତ କୁ କମିଛି । ଓଡିଶା ଆଜି ଏକ ମଜବୁତ ଭିତ୍ତି ଉପରେ ଆଗକୁ ବଢୁଛି । ଓଡିଶାର ବିକାଶକୁ କେହି ରୋକି ପାରିବେ ନାହିଁ ବୋଲି ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଥିଲେ ।
 
ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶହେ ବର୍ଷ ସମ୍ପର୍କରେ ଉଲ୍ଲେଖ କରି ପଟ୍ଟନାୟକ କହିଥିଲେ ଯେ ଆଉ ଅଳ୍ପ କିଛି ବର୍ଷ ପରେ ସ୍ୱତନ୍ତ୍ର ଓଡିଶା ତାର ଶହେ ବର୍ଷ ପୂର୍ତ୍ତି ପାଳନ କରିବ । ମହାନ ଜନ ନାୟକ ବିଜୁ ବାବୁଙ୍କ ସ୍ୱପ୍ନ ଥିଲା ଓଡିଶାକୁ ଏସିଆର ଏକ ନମ୍ବର ରାଜ୍ୟ କରିବା । ସମସ୍ତଙ୍କ ସହଯୋଗ ରହିଲେ, ଉଦ୍ୟମ ରହିଲେ, ବିଜୁ ବାବୁଙ୍କ ଏହି ସ୍ଵପ୍ନ ନିଶ୍ଚୟ ପୁରଣ ହେବ ବୋଲି ପଟ୍ଟନାୟକ ଦୃଢ ଆଶା ବ୍ୟକ୍ତ କରିଥିଲେ ।
 
ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ବିଶିଷ୍ଟ ଭାଷାବିତ୍‌ ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ, ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ ଡକ୍ଟର ଦିନେଶ ଷଡଙ୍ଗୀ, କବୟିତ୍ରୀ ଡକ୍ଟର ମିନି ଷଡଙ୍ଗୀ ଏବଂ ଏଭେରେଷ୍ଟ ବିଜୟିନୀ ମମତା ରାଉତଙ୍କୁ ସେମାନଙ୍କ ଅବଦାନ ପାଇଁ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ ।
 

By Nirvay

Leave a Reply

Your email address will not be published. Required fields are marked *