ଭାରତୀୟ ସେନାର ଅପରେସନ୍ ସିନ୍ଦୂରର ପ୍ରଭାବ ବିମାନ ଚଳାଚଳ ଉପରେ ପଡ଼ିଛି । ପାକିସ୍ତାନ ଉପରେ ଭାରତର ଆକ୍ରମଣ ପରେ ସୁରକ୍ଷା ଦୃଷ୍ଟିରୁ ୨୦୦ ବିମାନ ଉଡ଼ାଣ ବାତିଲ୍‌ କରାଯାଇଛି । ମଧ୍ୟରାତ୍ରରୁ ଏଯାବତ ୨ ଶହ ବିମାନ ଉଡ଼ାଣ ବାତିଲ୍‌ କରାଯାଇଥିବା ଜଣାପଡିଛି । ସେଥିମଧ୍ୟରୁ କେବଳ ଦିଲ୍ଲୀରେ ପ୍ରାୟ ୩୫ ବିମାନ ଉଡ଼ାଣ,୨୩ ଟି ଘରୋଇ ପ୍ରସ୍ଥାନ ଏବଂ ୮ଟି ଆଗମନ ମଧ୍ୟ ବାତିଲ ହୋଇଥିବା ବେଳେ ଉତ୍ତର ଓ ପଶ୍ଚିମ ପଟେ ପ୍ରାୟ ୧୮ ବିମାନବନ୍ଦରରୁ ଉଡ଼ାଣ ବନ୍ଦ କରାଯାଇଛି ।

ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସଜେଟ୍, ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ଆକାସା ଏୟାର ଭଳି ବିମାନ କମ୍ପାନୀ ସହିତ ଅନେକ ବିଦେଶୀ ବିମାନ କମ୍ପାନୀ, ଆକାଶ ମାର୍ଗ ପ୍ରତିବନ୍ଧକ ଯୋଗୁଁ ଅନେକ ସେବା ବନ୍ଦ କରିଦେଇଛନ୍ତି ।

ପଠାନକୋଟ, ଜୈସଲମେର , ସିମଲା , ଧର୍ମଶାଳା, ଲେହ, ଜମ୍ମୁ, ଶ୍ରୀନଗର ,ଅମୃତସର, ଯୋଧପୁର, ଚଣ୍ଡିଗଡ଼, ଜାମନଗର , ଦିଲ୍ଲୀ, ଭୁଜ, ରାଜକୋଟ ଭଳି ହାଇ-ଆଲର୍ଟ ଜୋନକୁ ପାଇଁ ବେସାମରିକ ବିମାନ ଚଳାଚଳ ବନ୍ଦ ରହିବ। ଯାତ୍ରୀମାନଙ୍କୁ ବିମାନବନ୍ଦର ଯିବା ପୂର୍ବରୁ ଅପଡେଟ୍ ଯାଞ୍ଚ କରିବାକୁ ଅନୁରୋଧ କରିଛି କମ୍ପାନୀ । ତେବେ ଯାତ୍ରୀମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିବାର ବ୍ୟବସ୍ଥା ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *