ପାକିସ୍ତାନ ଜିନ୍ଦାବାଦ ନାରା ଦେଇ ଫସିଲେ କଟକର ଦୁଇ ଯୁବକ। ପାକିସ୍ତାନ ଜିନ୍ଦାବାଦ ନାରା ଦେଇ ଭିଡ଼ିଓ ଭାଇରାଲ କରିବା ଅଭିଯୋଗରେ ଗିରଫ କଲା ପୋଲିସ । କଟକ ଚାଉଳିଆଗଞ୍ଜ ପୋଲିସ ମହାନଦୀ ବିହାର ଅଞ୍ଚଳର ସୌରଭ ସାହୁ ଏବଂ ଗୌତମ କୁମାର ଲେଙ୍କା ନାମକ ଦୁଇଜଣ ଯୁବକ ଙ୍କୁ ଗିରଫ କରାଯାଇଥିବା ନେଇ କହିଛନ୍ତି ଏସିପି କୃଷ୍ଣଚନ୍ଦ୍ର ସେଠୀ। ଏହା ସହ ସେମାନଙ୍କ ଠାରୁ ଦୁଇଟି ମୋବାଇଲ ଜବତ କରିବା ସହ ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ । ତେବେ ଗିରଫ ସୌରଭ ନାଁରେ ପୂର୍ବରୁ ଚାଉଳିଆଗଞ୍ଜ ଥାନାରେ ଦୁଇଟି ମାମଲା ଥିବାବେଳେ, ଗୌତମ ନାଁରେ ମର୍କତ ନଗର ଥାନାରେ ଗୋଟିଏ ମାମଲା ରହିଥିବା ଜଣାପଡିଛି । ସୂଚନା ଯୋଗ୍ୟ; ଗତ ୧୫ ତାରିଖ ରାତି ପ୍ରାୟ ସାଢ଼େ ୯ ଟାରେ, ପୋତାପୋଖରୀ ନିକଟରେ ଏହି ଭିଡିଓ କରାଯାଇଥିଲା ।ସୌରଭ ‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଉଥିବା ବେଳେ ଗୌତମ ଏହାକୁ ନିଜ ମୋବାଇଲରେ ରେକଡ଼ିଂ କରିବା ସହ ବିଭିନ୍ନ ହ୍ଵାଟ୍ସଆପ ଗ୍ରୁପରେ ଭାଇରାଲ କରିଥିଲେ । ତେବେ ଏହି ସମ୍ବେଦନଶୀଳ ମାମଲାକୁ ପୋଲିସ ଅତି ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । Post navigation ସରିଲା ଏନଡିଏ ମୁଖ୍ୟମନ୍ତ୍ରୀ କନକ୍ଲେଭ୍