ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡକୁ ଆଜି ୨ ବର୍ଷ ପୁରିଛି । ଏହି କ୍ରମରେ ତାଙ୍କ ଝିଅ ତଥା ପୂର୍ବତନ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ଲିଖିତଭାବେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି । କାହା ପାଇଁ ରାଜନୀତି ହୋଇପାରେ, ତାଙ୍କ ପରିବାର ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଦୁଃଖଦ ଘଟଣା । ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ଚାଲିଛି । ପରିବାର ପକ୍ଷରୁ ସିବିଆଇ ତଦନ୍ତ ପାଇଁ ସପ୍ତାହେ ବା ଦୁଇ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି ଦୀପାଳି । ଯେବେ ଲେଖିବେ ଗଣମାଧ୍ୟମ ଜରିଆରେ ଜଣେଇବେ ବୋଲି ସେ କହିଛନ୍ତି । Post navigation ବିସ୍ଥାପିତଙ୍କୁ ଆକ୍ରମଣ ନିନ୍ଦନୀୟ: ବିଜେଡି ଓଡ଼ିଶାରେ ବିଳାସପୂର୍ଣ୍ଣ ହୋଟେଲ କରିବ ରାଡିସନ୍ ଗୃପ