2-mlas-suspended-from-bjd
ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜୁ ଜନତା ଦଳ । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।
 
ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ସସ୍‌ପେଣ୍ଡ ନେଇ ପ୍ରତିକ୍ରିୟା ରଖି କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ଦଳକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
 
ଦଳ ବିରୋଧୀ କାର୍ଯ୍ୟକଳାପ ଥିବାରୁ ପଦକ୍ଷେପ ନିଆଯାଇଥିବା କହିଛନ୍ତି ଗଣେଶ୍ୱର ବେହେରା । ସଭାପତିଙ୍କ ପାଖରେ ଏନେଇ କିଛି ଗୁଇନ୍ଦା ତଥ୍ୟ ଥାଇପାରେ ବୋଲି ସେ କହିଛନ୍ତି ।
 
ତେବେ ପୁଅର ନିଲମ୍ବନକୁ ନେଇ ବାପା ବିଜୟ ମହାପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ ତାଙ୍କ ଜାଣିବାରେ ପୁଅ ସେପରି କିଛି ଦଳ ବିରୋଧୀ କାର୍ଯ୍ୟ କରିନି । ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ସେ କହିଛନ୍ତି । କାହିଁକି ନିଲମ୍ବନ କରାଗଲା ମୁଁ ଜାଣିନି । ଦଳକୁ ଅସୁବିଧାରେ ପକାଇବା ଭଳି କୌଣସି କାମ ସେ କରିନାହାନ୍ତି ବୋଲି ଅରବିନ୍ଦ ମହାପାତ୍ର କହିଛନ୍ତି ।
2-mlas-suspended-from-bjd
 
 

By Nirvay

Leave a Reply

Your email address will not be published. Required fields are marked *