ଗତକାଲି ଶଙ୍ଖଭବନ ହାଇଡ୍ରାମା ଆଜି ନୂଆ ମୋଡ଼ ନେଇଛି । ଶଙ୍ଖ ଭବନରେ ଘଟିଥିବା ମାଡ଼ ଘଟଣାକୁ ନେଇ ଭୁବନେଶ୍ୱର ଜୋନ ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ରଣା ସକାଳେ କହିଥିଲେ ଯେ ଇପ୍ସିତା ଆଉ କିଛି ଦଳୀୟ ବନ୍ଧୁଙ୍କ ସହ ମିଶି ଆଗ ଆକ୍ରମଣ କରିଥିଲେ । ତାଙ୍କ ଲୁଗା ଭିଡି ଚିରି ଦେଇଥିଲେ, ଚେନ୍ ଛିଡ଼ାଇ ଦେଇଥିଲେ । ନିଜ ରକ୍ଷା କରିପାରିବାକୁ ଯାଇ ସେ ଯାହା କରିବା କଥା କରିଛନ୍ତି । କିନ୍ତୁ ସନ୍ଧ୍ୟାରେ ସେ ଇପ୍ସିତାକୁ ଛୋଟ ଭଉଣୀ ବୋଲି ସମ୍ବୋଧନ କହିଛନ୍ତି ।ପୁଷ୍ପାଞ୍ଜଳି ରଣା ଏବେ କହୁଛନ୍ତି ଇପସିତା ଆଉ ତାଙ୍କ ଭିତରେ କିଛି ମତାନ୍ତର ନାହିଁ । ଏପଟେ ଇପସିତା କହିଛନ୍ତି ଖାଲି ଯୁକ୍ତିତର୍କ ହୋଇଛି, ସବୁ ଦଳରେ ଏମିତି କିଛି ବାକଯୁଦ୍ଧ ହୁଏ । ୯ ସେକେଣ୍ଡରେ କିଛି ଝଗଡ଼ା ହୁଏନି । କାହା ଚାପରେ ପୁଷ୍ପାଞ୍ଜଳି ନିଜ ମନ୍ତବ୍ୟ ବାରମ୍ବାର ବଦଳାଉଛନ୍ତି? Post navigation ଦରଦାମ ବୃଦ୍ଧି ବିରୋଧରେ ଜାନୁଆରୀ ୬ ତାରିଖରେ ଗଣବିକ୍ଷୋଭକୁ ସଫଳ କରିବା ପାଇଁ ବିଜେଡିର ପ୍ରସ୍ତୁତି ବୈଠକ ପଞ୍ଚଭୂତରେ ବିଲୀନ ଡଃ ମନମୋହନ ସିଂ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ