ଗତକାଲି ସହିଦନଗର ୱିନର କ୍ଳବ ସମ୍ମୁଖରେ ହୋଇଥିବା ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ କାହ୍ନା ଓରଫ ବିଶ୍ୱରଞ୍ଜନ ବିଶ୍ଵାଳ ସମେତ ଦୁଇଜଣଙ୍କୁ ଅଟକ ରଖିଛି ପୋଲିସ । ଏହା ସହ ଫେରାର ଥିବା ଅନ୍ୟ ସହଯୋଗୀ ମାନଙ୍କୁ ଚିହ୍ନଟ କରି ପୋଲିସ ଖୋଜିବା ଆରମ୍ଭ କରିଦେଇଥିବା ସୂଚନା ମିଳିଛି । ବୋମା ମାଡ଼ରେ କାର୍ ଓ ଗୋଟିଏ ବାଇକ ନଷ୍ଟ ହୋଇଥିବା ଜଣାଯାଇଛି ।

ସୂଚନା ଅନୁସାରେ, ଗୁରୁବାର ଦିନ ବାଣ ଫୁଟାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା। ୱିନର୍‌ କ୍ଲବ୍‌ର ସଦସ୍ୟମାନେ ବାଣ ଫୁଟାଉଥିବା ବେଳେ ଅପରପକ୍ଷର କିଛି ଯୁବକ ଆସି ଗଣ୍ଡଗୋଳ କରିଥିଲେ। ଏମିତିକି ହାତାହାତି ଯାଏ କଥା ଯାଇଥିଲା। କିନ୍ତୁ ପରେ ଗଣ୍ଡଗୋଳ ଥମି ଯାଇଥିଲା ଏବଂ ଏହାକୁ କେହି ଗୁରୁତ୍ବ ଦେଇନଥିଲେ। ଗତକାଲି ରାତି ୧୧ଟାରେ ୱିନର୍‌ କ୍ଲବ୍‌ରେ ଏକ ଜନ୍ମଦିନ ଉତ୍ସବ ପାଳନ କରାଯାଉଥିଲା। ଏହି ସମୟରେ ୨୫ରୁ ଅଧିକ ଯୁବକ ବାଇକ୍‌ରେ ଆସି କ୍ଲବ୍‌ ଉପରକୁ ୩ଟି ବୋମା ଫୋପାଡ଼ିଥିଲେ। ଏଥିସହିତ ସେମାନେ ଢେଲା ପଥର ମଧ୍ୟ ମାଡ଼ କରିଥିଲେ। କ୍ଲବ୍‌ ସମ୍ମୁଖରେ ଥିବା ବାଇକ୍‌ ଓ କାର୍‌ ସବକୁ ଠେଙ୍ଗା ଓ ଲାଠିରେ ବାଡ଼େଇ ଭାଙ୍ଗିପକାଇଥିଲେ ଦୁର୍ବୃତ୍ତ। ଏହାପରେ ସେମାନେ ପୁଣି ବିଭିନ୍ନ ପ୍ରକାର ଧମକ ଦେଇ ଚାଲିଯାଇଥିଲେ। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେମାନେ ଫେରାର ହୋଇସାରିଥିଲେ ପୁଲିସ ଘଟଣାସ୍ଥଳକୁ ଆସି ପଚରାଉଚରା କରିବା ସହ ସିସି ଟିଭି ଫୁଟେଜ ଆଧାରରେ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ କାହ୍ନା ସମେତ ଦୁଇଜଣ ଅଟକ ରହିଛି ଆଉ ଅନ୍ୟ ସହ ସହଯୋଗୀ ମାନଙ୍କୁ ଖୋଜିବା ଆରମ୍ଭ କରିଦେଇଛି ।

Leave a Reply

Your email address will not be published. Required fields are marked *