ଆଜି ସକାଳେ ପଶ୍ଚିମବଙ୍ଗର ରଙ୍ଗପାଣି ଷ୍ଟେସନ ନିକଟରେ ସିଆଲଦା ଅଭିମୁଖେ ଯାଉଥିବା କଞ୍ଚନଜଙ୍ଗା ଏକ୍ସପ୍ରେସ ସହ ଏକ ମାଲବାହୀ ଟ୍ରେନ୍‌ ମୁହାଁମୁହିଁ ଧକ୍କା ହେବାଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୬୦ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ୧୯ ଟ୍ରେନକୁ ବାତିଲ କରାଯାଇଛି ।

ଦୁଇଟି ଟ୍ରେନ୍‌ର ୪ ବଗି ଏବଂ ୫ ୱାଗନ ଲାଇନ୍‌ଚ୍ୟୁତ ହୋଇ ଅନ୍ୟ ଟ୍ରାକ୍‌ ଉପରେ ପଡ଼ିରହିଛି । ଏହି ରୁଟ୍‌ ଦେଇ ଯିବାକୁ ଥିବା ଟ୍ରେନ୍‌ ଗୁଡ଼ିକୁ ବାତିଲ କରାଯାଇଛି । ସେଗୁଡିକହେଲା, ନିୟୁଜଲପାଇଗୁଡ଼ି-ଉଦୟପୁର ସିଟି ସାପ୍ତାହିକ ଏକ୍ସପ୍ରେସ ବାତିଲ ହୋଇଛି । ହାୱଡ଼ା-ନିୟୁଜଲପାଇଗୁଡ଼ି ବନ୍ଦେ ଭାରତ ଏକ୍ସପ୍ରେସକୁ ବାତିଲ କରାଯାଇଥିବା ବେଳେ ଗୌହାଟି-ହାୱଡ଼ା, କାମାକ୍ଷା-ଆନନ୍ଦବିହାର ଏକ୍ସପ୍ରେସକୁ ମଧ୍ୟ ବାତିଲ କରାଯାଇଛି ।

Leave a Reply

Your email address will not be published. Required fields are marked *