ଗଞ୍ଜାମ ପୁଲିସ ଜିଲ୍ଲାକୁ ମିଳିଲା ବଡ଼ ସଫଳତା । ଗଞ୍ଜାମ ପୁଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧୀ ମାନେ ସକ୍ରିୟ ହୋଇ ବିଭିନ୍ନ ଅପରାଧିକ କାଣ୍ଡ ଘଟାଉଥିବା ବେଳେ ଗଞ୍ଜାମ ପୋଲିସ ଏକ ସ୍ୱତନ୍ତ୍ର ଡ୍ରାଇଭ କରି ସେମାନଙ୍କ ଉପରେ ଚଢ଼ାଉ କରି ସେମାନଙ୍କ ଠାରୁ ବିଭିନ୍ନ ମରଣାସ୍ତ୍ର ଜବତ କରିବା ସହ ସେମାନଙ୍କୁ ଗିରଫ କରିଛି । ଏନେଇ ଆଜି ଗଞ୍ଜାମ ଏସପି ଙ୍କ ସମ୍ମିଳନୀ କକ୍ଷରେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଜବତ ବନ୍ଧୁକ ରାଜ୍ୟ ବାହାରୁ ଆସୁଥିଲା, ଏ ନେଇ ପୋଲିସ ଏକ ସ୍ୱତନ୍ତ୍ର ଟିମ ରାଜ୍ୟ ବାହାରକୁ ଯିବ। ଗିରଫ ବ୍ୟକ୍ତି ମାନେ ବିଭିନ୍ନ ଅପରାଧୀ ମାମଲାରେ ଜଡିତ ଅଛନ୍ତି । ଗଞ୍ଜାମ ପୋଲିସ ଜିଲ୍ଲାର ୬ ଟି ଥାନା ଶେରଗଡ, ଚମାଖଣ୍ଡି, ପୋଲସରା, କୋଟିନାଡ଼ା, ଆସ୍କା ଓ ଭଞ୍ଜନଗର ଥାନା ଅଞ୍ଚଳରୁ ବିଭିନ୍ନ ଅପରାଧିକ ମାମଲାରେ ଲିପ୍ତ ଥିବା ୧୮ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ଠାରୁ ୧୭ ଟି ବନ୍ଧୁକ, ୧୬ ଟି ମୋବାଇଲ ଫୋନ, ୬୬ ଟି ଗୁଳି ଏବଂ ୪ ଟି ଖୋକା କୁ ମଧ୍ୟ ପୋଲିସ ଜବତ ହୋଇଛି । Post navigation ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କହିବା ପ୍ରସଙ୍ଗ; ନିମ୍ନସ୍ତରକୁ ଖସିଛନ୍ତି ପଶ୍ଚିମବଙ୍ଗ ସରକାର: ଶୁଭେନ୍ଦୁ ଅଧିକାରୀ ଭାରତର ଡିଜିଟାଲ ଷ୍ଟ୍ରାଇକ ଜାରି: ଇମ୍ରାନ ଖାନଙ୍କ ‘X’ ଆକାଉଣ୍ଟ ବ୍ୟାନ୍