ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ସର୍ଚ୍ଚ ଅପରେସନ ବେଳେ ଗିରଫ ହେଲେ ୧୬ ଜଣ ହାର୍ଡକୋର ମାଓବାଦୀ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲା ବସ୍ତର ଡିଭିଜନରୁ ନକ୍ସଲମାନଙ୍କୁ ଗିରଫ କରାଯାଇଛି । ଡିଆରଜି, ଜିଲ୍ଲା ପୋଲିସ, କୋବ୍ରା ଏବଂ ସିଆରପିଏଫ୍ ଯବାନ ମିଳିତ ଅଭିଯାନ କରାଯାଇଥିଲା । ଏହି ସମୟରେ ୧୬ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ୮ ଜଣଙ୍କୁ ଜଙ୍ଗଲା, ୬ ଜଣଙ୍କୁ ଗଙ୍ଗାଲୁର ଏବଂ ୨ ବାସଗୁଡ଼ାରୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ତେବେ ଗିରଫ ମାଓବାଦୀମାନେ ବିଭିନ୍ନ ମାଓ ସଂଗଠନ ସହିତ ଜଡିତ ରହି ଅନେକ ହିଂସାକାଣ୍ଡରେ ସାମିଲ ଥିଲେ । ସମସ୍ତ ମାଓବାଦୀଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି । ସୂଚନା ଯୋଗ୍ୟ; ୨୦୨୬, ମାର୍ଚ୍ଚ ସୁଦ୍ଧା ଦେଶକୁ ମାଓମୁକ୍ତ କରିବାକୁ ଦିଆଯାଇଥିବା ଡେଡ୍ ଲାଇନକୁ ଆଉ ମାତ୍ର କେଇଟା ମାସ ବାକି ରହିଛି । ସେଥିପାଇଁ ସୁରକ୍ଷାକର୍ମୀମାନେ ମାଓବାଦୀ ସମୂଳେ ନିପାତ କରିବାକୁ ପ୍ରାଣ ମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । Post navigation ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶ୍ରୀମନ୍ଦିର ସୁରକ୍ଷା ନେଇ ଗଠନ ହେଲା ସବ୍କମିଟି: ଅରବିନ୍ଦ ପାଢୀ