୫ ବର୍ଷରେ ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାକିରି ହରାଇଛନ୍ତି ୧୫୯ ଜଣ ସରକାରୀ ଅଧିକାରୀ। ଏ ନେଇ ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ କର୍ମଚାରୀଙ୍କ ଚାକିରି ଯାଇଛି । ୧୨୦ ଜଣ ସରକାରୀ ଅଫିସର ଓ କର୍ମଚାରୀ ମାନଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ୩୯ ଜଣଙ୍କୁ ଦିଆଯାଇଛି ବାଧ୍ୟତା ମୂଳକ ଅବସର ଦିଆଯାଇଛି । ଏହା ସହ ଜବତ ହୋଇଛି ୫୯ କୋଟି ୪୭ ଲକ୍ଷ ୮୪ ହଜାର ୯୮୧ ଟଙ୍କା । Post navigation ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଫେରିପାଇବେ ଟଙ୍କା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ