୨୦୨୫ ବର୍ଷରେ ୧୫୯ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏ ନେଇ ଗୃହରେ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଉତ୍ତରରେ ଶ୍ରମ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୫୧ ଲକ୍ଷ ୮୯ ହଜାର ଜଣ ନିର୍ମାଣ ଶ୍ରମିକ ପଞ୍ଜୀକୃତ ଅଛନ୍ତି ।

ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧିନରେ ୬୦ଟି ବର୍ଗର ୪ ଲକ୍ଷ ୪୦ ହଜାର ୯୫୨ ଜଣ ଅଣସଂଗଠିତ ଶ୍ରମିକଙ୍କୁ ପଞ୍ଜୀକୃତ କରାଯାଇଛି । ବାହାରକୁ ଯାଉଥିବା ପ୍ରବାସୀ ଶ୍ରମିକମାନେ ଗ୍ରାମ ପଞ୍ଚାୟତ ସ୍ତରରେ ଓ ଅନଲାଇନ ମାଧ୍ୟମରେ ସ୍ୱେଚ୍ଛାକୃତ ପଞ୍ଜୀକରଣ କରିବାର ବ୍ୟବସ୍ଥା କରାଯାଇଅଛି । ରାଜ୍ୟରେ ବିଭିନ୍ନ ସମୟରେ ଶ୍ରମ ଅଧିକାରୀମାନେ ଯାଞ୍ଚ ଓ ଚଢ଼ଉ ମାଧ୍ୟମରେ ଶିଶୁ ଶ୍ରମିକ ଉଦ୍ଧାର କରୁଛନ୍ତି । ୨୦୨୫ ବର୍ଷରେ ୧୫୯ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଶିଶୁ ଶ୍ରମିକକୁ ରୋକିବାକୁ ବିଭିନ୍ନ ସ୍ତରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଥିବା ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *