150th Birth Anniversary of Sardar Patel; Odisha CM inaugurated 'Ekta Padayatra'
ସାରା ଭାରତବର୍ଷରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏକତା ବର୍ଷ ପାଳନ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାଲେଶ୍ୱରର ନୀଳଗିରି ଠାରେ ଏକତା ପଦଯାତ୍ରାର ଉଦଘାଟନ କରିଛନ୍ତି ।
 
ଏହି ଅବସରରେ ନୀଳଗିରି ଠାରୁ ମିତ୍ରପୁର ପର୍ଯ୍ୟନ୍ତ ଆୟୋଜିତ ପଦ ଯାତ୍ରାରେ ସାହସ୍ରାଧିକ ଛାତ୍ରଛାତ୍ରୀ, ଯୁବବର୍ଗ, ଜନସାଧାରଣ ଓ ସରକାରୀ ଅଧିକାରୀମାନେ ଭାଗ ନେଇ ପ୍ରାୟ ୯ କି. ମି ବାଟ ପଦଯାତ୍ରା କରିଥିଲେ । ଏଥିସହିତ ଛାତ୍ରଛାତ୍ରୀ ମାନେ ୧୦୦ ଫୁଟ ବିଶିଷ୍ଟ ତ୍ରିରଙ୍ଗା ପତାକା ଧରି ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।
 
ପଦଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀଳଗିରି ରେ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ପୋଲିସ ପଡ଼ିଆ ଠାରେ ଆୟୋଜିତ ସ୍ଵାଧୀନତା ସଂଗ୍ରାମ ରେ ବାଲେଶ୍ୱର ଜିଲ୍ଲାର ଭୂମିକା ଏବଂ ସର୍ଦ୍ଦାର ପଟେଲଙ୍କ ଜୀବନୀ ଶୀର୍ଷକ ଫଟୋଚିତ୍ର ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ।
 
ଏହି ଅବସରରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଏକତା ପଦଯାତ୍ରା କେବଳ ଏକ ସାଧାରଣ ପଦଯାତ୍ରା ନୁହେଁ, ଏହା ଭାରତୀୟତାର ପ୍ରତୀକ, ଦେଶକୁ ଏକ ରଖିବା ପାଇଁ ସାଧାରଣ ନାଗରିକଙ୍କ କର୍ତ୍ତବ୍ୟର ପ୍ରତୀକ ।
150th Birth Anniversary of Sardar Patel; Odisha CM inaugurated 'Ekta Padayatra'
 
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଯେଉଁ ମାଟିରେ ଆମେ ଛିଡା ହୋଇଛେ, ନୀଳଗିରି, ଏହା କେବଳ ଏକ ଭୌଗଳିକ ସ୍ଥାନ ନୁହେଁ, ଏହା ହେଉଛି ଜନଶକ୍ତି ଓ ଲୋକତନ୍ତ୍ରର ସ୍ପନ୍ଦନ । ନୀଳଗିରି ପ୍ରଜା ଆନ୍ଦୋଳନ, ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଏକ ଅଦ୍ଵିତୀୟ ଅଧ୍ୟାୟ, ଯାହା ଶୋଷଣ ବିରୋଧରେ, ଅନ୍ୟାୟ ବିରୋଧରେ, ଏବଂ ଅଧିକାର ପାଇଁ ପ୍ରଜାଙ୍କ ମିଳିତ ସ୍ୱରର “ଏକତା” ର ଗାଥା କୁହେ। ବ୍ରିଟିଶ ବିରୋଧୀ ଆନ୍ଦୋଳନର ପ୍ରଭାବରେ, ନୀଳଗିରିରେ ସ୍ଥାନୀୟ ଯୁବକ, କୃଷକ, ଶ୍ରମିକ, ଶିକ୍ଷିତ ଲୋକେ ଏକତାବଦ୍ଧ ହୋଇଥିଲେ ।
Sardar Vallabhbhai Patel
 
ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଶାସକ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ସିମୁଳିଆ ବିଧାୟକ ପଦ୍ମ ଲୋଚନ ପଣ୍ଡା, ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ ଓ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
150th Birth Anniversary of Sardar Patel; Odisha CM inaugurated 'Ekta Padayatra'
 

By Nirvay

Leave a Reply

Your email address will not be published. Required fields are marked *